ବଲାଙ୍ଗିର :-
ଆଜି ପୂର୍ବାହ୍ନ ରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ର ସଭା ଗୃହଠାରେ ରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ - ୨୦୨୨ ପାଳିତ ହୋଇଯାଇଅଛି । ଏହି ଦିବସ ରେ ଏନ.ସି.ସି., ଯୁବ ରେଡ କ୍ରସ, ଜିଲ୍ଲା ସ୍ତରୀୟ ଅଧିକାରୀ, ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ର।କୃତିକ ବିପର୍ଯୟ ସମ୍ପର୍କରେ ଆଗୁଆ ସୂଚନା ପାଇବା ମାତ୍ରେ ସତର୍କତା ଅବଲମ୍ବନ କଲେ ଅନେକାଂଶରେ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଥିଲେ।ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦେବା ସହ ଏହାର ମୁକାବିଲା କରିବା ପାଇଁ ସମସ୍ତ ସ୍ତରରେ ସଚେତନ ହୋଇ ମୁକାବିଲା କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସଚେତନତା ସଭାରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ର ରେଜିଷ୍ଟ୍ରାର ଶ୍ରୀ ଯୁଧିଷ୍ଟିର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠିର ଭୂମିକା ଓ ଯୁବ ସମାଜ କିଭଳି ଭାବରେ ବିପର୍ଯ୍ୟୟ କୁ ହ୍ରାସ କରିପାରିବେ ସେହି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ରୀନା କୁମାରୀ ନାଏକ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଙ୍କ ଦ୍ଵାରା କରାଯାଉଥିବା ବିପର୍ଯ୍ୟୟ ର ମୁକାବିଲା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ବଲାଙ୍ଗିର ଜିଲ୍ଲା ରେ ବିପର୍ଯୟ ପ୍ରସ୍ତୁତି ଓ ବିପର୍ଯୟ ପ୍ରଶମନ ସମ୍ପର୍କରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସମାଜ ର ଭୂମିକା ତଥା ଗୋଷ୍ଠୀ ର ସହଭାଗିତା ଓ ସହଯୋଗିତା ଉପରେ ଆଲୋଚନା କରିଥିଲେ । ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ସତ୍ୟବ୍ରତ ପ୍ରଧାନ, ଅଗ୍ନି ନିରାପତ୍ତା ଓ ବିଭିନ୍ନ ପ୍ରକାର ର ପ୍ର।କୃତିକ ବିପର୍ଯୟ ସମୟରେ ଅଗ୍ନିଶମ ବିଭାଗ ର ଭୂମିକା ଉପରେ ଉପରେ ବୁଝାଇ ଥିଲେ। ଓଡ୍ରାଫ ୟୁନିଟ , ବଲାଙ୍ଗିର ର ପ୍ରଶିକ୍ଷକ ଫଣୀନ୍ଦ୍ର ବିଶି ଏବଂ ବଲାଙ୍ଗିର ବିପର୍ଯୟ ପରିଚାଳନା ୟୁନିଟ ର ପରାମର୍ଶଦାତା ବିକାଶ ରଞ୍ଜନ କର ବିପର୍ଯୟ ପରିଚାଳନା ତଥା ବିଭିନ୍ନ ପ୍ରତିକାରାତ୍ମକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସଭା ପରେ ଓଡ୍ରାଫ ୟୁନିଟ ଓ ଅଗ୍ନିଶମ ବିଭାଗ ବଲାଙ୍ଗିର ର କର୍ମଚାରୀ ମାନେ ବିପର୍ଯୟ ର ମୁକାବିଲା , ଉଦ୍ଧାର ଓ ଥଇଥାନ ସମ୍ପର୍କରେ ବିଭିନ୍ନ ପ୍ରକାର କୌଶଳ ଓ ମକଡ୍ରିଲ ପ୍ରଦର୍ଶନ କରି ଥିଲେ। ଶେଷରେ ବିପର୍ଯୟ ପରିଚାଳନା ୟୁନିଟ ର ପରାମର୍ଶଦାତା ଶ୍ରୀ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

