ଜଗତସିଂହପୁର :-
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏରସମା ପ୍ରେସକ୍ଲବ ଗଠନ କରାଯାଇଛି।ଏରସମାର ଐତିହାସିକ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ଦର୍ଶନ ଓ ଆଶ୍ରିବାଦ ନେଇ ଏରସମା ପ୍ରେସକ୍ଲବ ଗଠନ କରାଯାଇଛି। ଏହି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଭାବେ ସାମ୍ବାଦିକ ସଂଘର ସଭାପତି ସାମ୍ବାଦିକ ମନୋଜ କୁମାର ଦାଶ,ଉପଦେଷ୍ଟା ସାମ୍ବାଦିକ ରାଧାକାନ୍ତ ମିଶ୍ର ଓ କୋଷାଧ୍ୟକ୍ଷ ସାମ୍ବାଦିକ ମାନସ କୁମାର କାନୁନଗୋ ଅତିଥି ଭାବେ ଯୋଗଦେଇଥିଲେ।ବୈଠକରେ ଏରସମା ବ୍ଲକ ଅଞ୍ଚଳରେ ସାମ୍ବାଦିକତା କରୁଥିବା ପନ୍ଦର ରୁ ଉର୍ଦ୍ଧ ଇଲୋକ୍ଟ୍ରୋନିକ୍ସ ମିଡିଆ, ପ୍ରିଣ୍ଟ ମିଡିଆ ଓ ୱଏବ ମିଡିଆର ସାମ୍ବାଦିକ ମାନେ ଯୋଗଦେଇଥିଲେ।ଗଣମାଧ୍ୟମରେ କେତେକ ଅଣସଂଗଠିତ,ଛଦ୍ମବେଶୀ ସାମ୍ବାଦିକ ଙ୍କ ଯୋଗୁଁ ଅନେକ ସ୍ଥାନରେ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧି ନିନ୍ଦିତ ହେଉଥିବା ଘଟଣାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।ଆଗାମୀ ଦିନରେ ଏରସମା ପ୍ରେସକ୍ଲବ ସଦସ୍ୟ ମାନେ ଗଠନମୂଳକ ଚିନ୍ତାଧାରା ନେଇ ସାମ୍ବାଦିକଙ୍କ ସୁରକ୍ଷା, ସ୍ୱାଭିମାନ ଓ ଜନକଲ୍ୟାଣ ପାଇଁ କାର୍ଯ୍ୟ କରିବା ପାଇଁ ଯତ୍ନବାନ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଏରସମା ବ୍ଲକ ଅଞ୍ଚଳରେ କୌଣସି ପଞ୍ଜିକୃତ ସାମ୍ବାଦିକ ସଂଘ ନଥିବା ବେଳେ "ଏରସମା ପ୍ରେସକ୍ଲବ"ଆଗାମୀ ଦିନରେ ପଞ୍ଜିକୃତ କରାଯିବା ସହ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ଅଧିନରେ କାର୍ଯ୍ୟ କରିବ ବୋଲି ସ୍ଥିର କରାଯାଇଥିଲା।ଏରସମା ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ନବଗଠିତ ଏରସମା ପ୍ରେସକ୍ଲବର ସଭାପତି ଭାବେ କାର୍ତ୍ତିକ ଚନ୍ଦ୍ର ବେହେରା, ଉପସଭାପତି ସତ୍ୟବ୍ରତ ସାମଲ,ସମ୍ପାଦକ-ପର୍ଶୁରାମ ମନ୍ତ୍ରୀ, ସହ-ସମ୍ପାଦକ-ତନ୍ମୟ କୁମାର ସେଠି, କୋଷାଧ୍ୟକ୍ଷ-ନରେଶ ସ୍ୱାଇଁ, ସଂଗଠନ ସମ୍ପାଦକ-ରଣଜିତ କୁମାର ମଲ୍ଲିକ, ଆଇନ ପରାମର୍ଶଦାତା-ଅକ୍ଷୟ କୁମାର ସ୍ୱାଇଁ,ଉପଦେଷ୍ଟା ଭାବେ-ପ୍ରମୋଦ କୁମାର ଦାସ, ଚନ୍ଦ୍ରଜୀତ ଦାସ ଓ ପ୍ରଶାନ୍ତ କୁମାର ମହାପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସାମ୍ବାଦିକ ସର୍ବଶ୍ରୀ ଅଂଶୁମାନ ମିଶ୍ର ଭାନୁଶଙ୍କର ରାଉତରାୟ, ବିଶ୍ୱପ୍ରକାଶ ପରିଡା,ଉତ୍ତମ କୁମାର ଜାନା ଓ ବଳରାମ ଜାନା ପ୍ରମୁଖ ବୈଠକରେ ସାମିଲ ହୋଇଥିବା ବେଳେ ସାମ୍ବାଦିକ ବଲ୍ଲଭ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଆଗାମୀ ଦିନରେ ଏରସମା ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକତା ସହ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଯାଇଥିଲା।ଅତିଥିମାନେ ସାମ୍ବାଦିକ ମାନେ ନିଜର ସାମ୍ବାଦିକ ବୃତ୍ତିକୁ ସ୍ୱଚ୍ଛ ନିରପେକ୍ଷ ଓ ଆଚରଣବିଧିକୁ ଅନୁପାଳନ କରି ନିଷ୍ଠାର ସହ କଲେ କେହି ଆଙ୍ଗୁଳି ଦେଖେଇ ପାରିବେ ନାହିଁ ବୋଲି ପରାମର୍ଶ ଦେଇଥିଲେ।ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

