Type Here to Get Search Results !

ହରିଶଙ୍କରରୁ ନୃସିଂହନାଥ ରୋପୱେ ନିର୍ମାଣ ଦାବି, ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 


ବଲାଙ୍ଗିର :-

ବଲାଙ୍ଗିର ହରିଶଙ୍କରରୁ ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ। କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ କୋଶଳାଞ୍ଚଳ ପ୍ରତି ବୈମାତୃକ ମନୋଭାବର ସଦ୍ୟତମ ଉଦାହରଣ ହରିଶଙ୍କର–ନୃସିଂହନାଥ ମନ୍ଦିର ରୋପୱେ। ଏହି ପ୍ରକଳ୍ପ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ବରଂ ଏହି ପ୍ରକଳ୍ପ ବାତିଲ ହୋଇଛି। ଯାହା ପଶ୍ଚିମଓଡ଼ିଶା ବାସୀଙ୍କ ପାଇଁ ଏକ ମର୍ମାହତର ବିଷୟ। ତେଣୁ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆହ୍ୱାନ କରିଛନ୍ତି କୋଶଲ ସଂଗ୍ରାମୀ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.