ପଦ୍ମପୁର :-
ପଦ୍ମପୁର ବ୍ଲକ ବରିକେଲ ଗାଁ ରେ ବିଦ୍ୟୂତ ଆଘାତରେ ମା ଓ 7 ମାସ ପୁଅର ମୃତ୍ୟୁ । ଘରେ ଗୋଡ଼ରେଜ ଖୋଲୁ ଥିବା ସମୟରେ , ବିଦ୍ୟୂତ ଲାଗି ଦୁହି ଜଣଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଅଞ୍ଜଳି ବାଗ 32 ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୌରବ ବାଗ 8 ମାସ ହେଉଥିଲା । ଘର ଲୋକ କହିବା ମୁତାବକ ମୂଷା କାଟି ଦେଇଥିବାରୁ ବିଦ୍ୟୂତ ତାର ଗୋଡ଼ରେଜ ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ଗୋଡ଼ରେଜ ଖୋଲିଥିଲେ ସେହି ସମୟରେ ସେ କାଖରେ 8 ମାସର ଛୁଆକୁ ଧରିଥିଲେ ତେଣୁ ଶିଶୁ ମଧ୍ୟ ବିଦ୍ୟୂତ ଲାଗି ଜୀବନ ହେତୁ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ ଯେ ନିଜ ଘର ବାରିପଟେ ଗୋବର ସଫାକରୁଥିଲେ । ସେ ଗୋବର ସଫାକରି ଫେରିଲା ପରେ ଦେଖିଲେ ଯେ ଦୁହି ଜଣଙ ମୃତ୍ୟୁ ହୋଇଛି । ସନ୍ଧ୍ୟା ପର୍ଯ୍ୟନ୍ତ ପୋଷ୍ଟ ମୋଟମ ହୋଇ ନା ଥିବା ରା ଜଣା ପଡିଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

