Type Here to Get Search Results !

ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର


ବ୍ରହ୍ମପୁର :-

ସନ ଏଣ୍ଡ ନିଲ ଫାଉଣ୍ଡେସନ,ବ୍ରହ୍ମପୁର ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସ୍ଥାନ- ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ , ଲୋଚପଡା ରୋଡ଼ ବ୍ରହ୍ମପୁର ଠାରେ ଆଜି ଶୁକ୍ରବାର ଦିନ ସକାଳ ୮.୩୦ ଘଂଟିକା ଠାରୁ ଅପରାହ୍ନ ୧୨.୩୦ ଘଂଟିକା ପର୍ଯ୍ୟନ୍ତ ଆୟୋଜନ କରାଯାଇଅଛି। ଉକ୍ତ ଶିବିରକୁ ଲୟନ୍ ପି.ଧର୍ମା ରାଓ,( ଚେୟାରମାନ, ସନ ଏଣ୍ଡ ନିଲ ଫାଉଣ୍ଡେସନ,ବ୍ରହ୍ମପୁର), ଏସ୍.ଚିଟିବାବୁ ଆଚାରୀ ( ସେକ୍ରେଟାରି, ସନ ଏଣ୍ଡ ନିଲ ଫାଉଣ୍ଡେସନ ,ବ୍ରହ୍ମପୁର) ଏବମ୍ ଶ୍ରୀ ଅର୍ଜୁନ ଦାସ (କୋଡିନେଟର୍, ସନ ଏଣ୍ଡ ନିଲ ଫାଉଣ୍ଡେସନ ,ବ୍ରହ୍ମପୁର), କିରନ ପାତ୍ର ଓ ଲୟନ ସରସ୍ବତୀ ପାତ୍ର ( ଲ୍ୟାନ୍ସ ଉପଜିଲ୍ଲାପାଳ) ଦିପପ୍ରଜ୍ଵଲନ କରି ଅରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା। ମୋଟ ୧୧୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା। ମୋଟ ୧୫ ଙ୍କୁ ଚସମା ଦିଆ ଗଲା, ମୋଟ ୫୦ ଙ୍କୁ ପରଳ ବା ମୋତିଆବିନ୍ଦୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ଚିହ୍ନଟ କରାଗଲା ୫୦ ଜଣ, ମୋଟ ଙ୍କର ୩୫ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଗଲା ଓ ଫୋଟ ସଙ୍ଗ୍ରହ କରଗଲା । ମୋଟ ୧୫ ଜଣ ଙ୍କର ରେଟୈନା ଚେକ ଅପ କରଗଲା।

 ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍  ଜେ. ବାବୁ (ସି.ଇ.ଓ.), ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ସଂଗ୍ରାମ ଚୌଧୁରୀ (ଚିଫ ଅପଟୋମେଟ୍ରିଷ୍ଟ), ମିସ ଅଙ୍କିତା ସାହୁ,ମିସ ଗାୟତ୍ରି ସେଠି,ମିସ ପ୍ରିୟଙ୍କା ଗୌଡ଼ (ଚକ୍ଷୁ ଟେକ୍ନିସିଆନ) ଶିବିର କୁ ପରିଚାଳନା କରିଥିଲେ। ଗଞ୍ଜାମ ରୁ ଆଶୀଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.