Type Here to Get Search Results !

ଦରପନ୍ ମହୋତ୍ସବ-୨୦୨୨ ପାଳିତ

 


ବରଗଡ :-

ବରଗଡ ଜିଲ୍ଲା ସଦରମହକୁମା ସ୍ଥିତ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟରେ ଗୋପବନ୍ଧୁ ସାହିତ୍ୟ ସଂସଦ ଓ ପଶ୍ଚିମ ଓଡ଼ିଶା କବି କୁଟୁମ୍ ଆନୁକୂଲ୍ୟରେ ଦରପନ୍ ମହୋତ୍ସବ-୨୦୨୨ ତଥା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଡକ୍ଟର ଲକ୍ଷ୍ମଣ ସାହୁଙ୍କ ସଭାପତିତ୍ବରେ ସଭାକୁ ସଂଯୋଜନା କରିଥିଲେ ଶ୍ରୀମତୀ ସୁଦ୍ରୁମା ପଣ୍ଡା। ସୁଶ୍ରୀ ଅରୀଷ୍ମା ଆଚାର୍ଯ୍ୟ ପ୍ରାରମ୍ଭିକ ସମଲେଇ ଭଜନ ଗାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସାହିତ୍ୟର ଉହ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା ବ୍ୟଙ୍ଗ ସାହିତ୍ୟର ଭୀଷ୍ମ ପିତାମହ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ସମାଜର ବିଭିନ୍ନ ଦିଗ ପ୍ରତି କଟାକ୍ଷପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଶ୍ରୀମତି ନୁରାବତୀ ସାହୁ ଓ ଶ୍ରୀମତୀ ମାଧୁରୀ ମିଶ୍ର । ସମସ୍ତ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶ୍ରୀମାନ ଦୈତାରୀ ବିଶ୍ବାଳ । ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ବଟକୃଷ୍ଣ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ଏହି ଉତ୍ସବ ଆନୁକୁଲ୍ୟରେ ଶ୍ରୀମାନ୍ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ପୁସ୍ତକ “ମନ ବଇଁଶୀର ସ୍ବର” ଏବଂ ଗୋପବନ୍ଧୁ ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ସମିଆର୍ “ଦରପନ୍” ଉନ୍ମୋଚନ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ପଶ୍ଚିମ୍ ଓଡ଼ିଶା କବି କୁଟୁମ୍ ର ସଭାପତି ଶ୍ରୀମାନ୍ କନିଷ୍ଠ କିଶୋର ସାହୁଙ୍କ ସଭାପତିତ୍ବରେ ତଥା ଶ୍ରୀଯୁକ୍ତ ଦୈତାରୀ ବିଶ୍ବାଳ ଏବଂ ଶ୍ରୀମତୀ ସ୍ଵର୍ଣ୍ଣକାନ୍ତୀ ପତି ଙ୍କ ସଂଯୋଜନାରେ ଏକ ଭବ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲେଖକ ଓ କବିବୃନ୍ଦ ସ୍ବରଚିତ କବିତାମାନ ପାଠ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ୍ ଅଶୋକ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଶ୍ରୀମାନ୍ ଭିକାରୀ ଚରଣ ପଧାନ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମାନ୍ ସରୋଜ କୁମାର ଆଚାର୍ଯ୍ୟ ଯୋଗଦାନ କରିଥିଲେ । ସଂସଦର ସଂଯୋଜକ ଶ୍ରୀଯୁକ୍ତ ଜଗନ୍ନାଥ ପଧାନ ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲେଖକ ଲେଖିକା କବି କବୟିତ୍ରୀ ଏବଂ କଳାକାରମାନଙ୍କୁ ଦରପନ୍ ସାହିତ୍ୟ ସମ୍ମାନ, ଦରପନ୍ ଜ୍ୟୋତି ସମ୍ମାନ, ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନ ଏବଂ ଦରପନ୍ କଳା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ରମଣୀ ରଞ୍ଜନ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ ଜିଲ୍ଲା ପଦ୍ମପୁର ପ୍ରତିନିଧି ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.