Type Here to Get Search Results !

ନାରଦପୁର ଉଚ୍ଚ ବିଦ୍ୟାଳୟ ରେ ଛାତ୍ରମାନଙ୍କୁ ଫୁଟବଲ ଓ ଖେଳ ପୋଷାକ ବଣ୍ଟନ

 


କେନ୍ଦୁଝର :-

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଫୁଟବଲ ଓ ଖେଳ ପୋଷାକ ବଣ୍ଟନ କରାଯାଇଥିଲା । ୨୦୨୨ ଫିଫା ମହିଳା ଫୁଟବଲ ବିଶ୍ଵକପ ପ୍ରତଯୋଗିତା ଅବସରରେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ଏହି ଫୁଟବଲ ଓ ଖେଳ ପୋଷାକ ବଣ୍ଟନ କରାଯାଇଥିଲା। ଉକ୍ତ ଫୁଟବଲ ଓ ପୋଷାକ ଗୁଡ଼ିକୁ ପ୍ରଧାନ ଶିକ୍ଷକ ସୁରସେନ ରାଉତ ସମସ୍ତ ସ୍କୁଲ କମିଟି ସଦସ୍ୟ ଙ୍କ ଉପସ୍ଥିତିରେ ଛାତ୍ର ମାନଙ୍କୁ ପ୍ରଦାନ କରିଥିଲେ। ତତସହିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଫୁଟବଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରର ବିଦ୍ୟାଳୟର ସମସ୍ତ ଶିକ୍ଷକ ଯଥା ସୁମନ୍ତ ମହନ୍ତ, କମଳେନ୍ଦୁ ଦାସ, ଦେବାଶିଷ ଦାସ, ପୁଷ୍ପାଞ୍ଜଳି ସେଠୀ, ମଧୁମିତା ପୋଥାଳ, ପୁଷ୍ପା ମଞ୍ଜରୀ ମହାନ୍ତ, ଦେବେନ୍ଦ୍ର ମଲ୍ଲିକ, ଦେବାନନ୍ଦ ଜେନା, ସସ୍ମିତା ପତ୍ର, ସନ୍ତୋଷ ରାଉତ, ଦୁର୍ଗା ପ୍ରସାଦ ସାହୁ ଙ୍କ ସହିତ ନାରଦପୁର ପଞ୍ଚାୟତ ର ନାଏବ ସରପଞ୍ଚ ଚନ୍ଦନ ବାଇପାଇ ଉପସ୍ଥିତ ରହିଥିଲେ। 

କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.