Type Here to Get Search Results !

ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ବେରୋଜଗାର ଦିବସ ପାଳନ

 


ଧାମନଗର :-

ଅଲ ଇଣ୍ଡିଆ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସଙ୍କ ଡ଼ାକରାରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ କଂଗ୍ରେସ ପାଳନ କରୁଅଛି। ଏହିକ୍ରମରେ ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ବିରୁହାଁ ବଜାର ଠାରେ ବ୍ଲକ ଯୁବ କଂଗ୍ରେସ ତରଫରୁ ବେରୋଜଗାର ଦିବସ ପାଳନ କରିଛି। କଂଗ୍ରେସର ଯୁବ ନେତା ଅଜିତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓବିସି ସେଲ ରାଜ୍ୟ ଉପାଧକ୍ଷ ତଥା ଧାମନଗର ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ, ବ୍ଲକ ସଭାପତି ସନ୍ତୋଷ ହୋତା, ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କିଶୋର ଦାସ, ସାହସପୁର ପଞ୍ଚାୟତର ସଭାପତି ଭାଗିରଥି ପରିଡା ପ୍ରମୁଖ ଯୋଗ ଦେଇ ଭାରତ ଯୁବ ପ୍ରାଧାନ୍ୟ ଦେଶ ବିଶ୍ବରେ ଭାରତ ଏକମାତ୍ର ଦେଶ ଯେଉଁଠି ଯୁବକ ମାନଙ୍କ ଶକ୍ତି ଦେଖାଯାଏ, କିନ୍ତୁ ବିଗତ ଆଠ ବର୍ଷ ହେଉଛି ବିଜେପି ନେତୃତ୍ୱ କେନ୍ଦ୍ର ସରକାର ଦ୍ଵାରା ଭାରତୀୟ ଯୁବକ ମାନଙ୍କର ବିଷାଦ ପାଲଟିଛି। ୨୦୧୪ ପୂର୍ବରୁ ମୋଦି ସରକାର ଯୁବକ ମାନଙ୍କୁ ଯେଉ ପ୍ରତିଶ୍ରୁତି ଦେଇଥିଲେ ପ୍ରତିବର୍ଷ ୨କୋଟି ଯୁବକ ମାନଙ୍କ ନିଯୁକ୍ତି ଆଜି ଫେଲ ମାରିଛି କୋଟି କୋଟି ଯୁବଯୁବତୀ ମାନେ ଚାକିରୀ ହରାଇଛନ୍ତି। ୮ ବର୍ଷରେ ୧୨.୫ କୋଟି ଛଟେଇ କରିଛନ୍ତି। କେବଳ ନୋଟ ବନ୍ଦୀରେ ସମୟରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଚାକିରିୟା ଚାକିରୀ ହରାଇଛନ୍ତି। ଅବିଚାରିତ ଭାବେ ଆକୋମ୍ପିକ ଲକଡାଉନ ଯୋଗୁ ୧୨.୨୦ କୋଟି ଲୋକ ରୋଜଗାର ହୋରେଇଛୋନ୍ତି। ନୂଆ ଚାକିରୀ ସୃଷ୍ଟି କରିବା ଦୁରର କଥା କେନ୍ଦ୍ର ସରକାର ଅଧ୍ଵନରେ ଖାଲି ପଡ଼ିଥିବା ପଦବୀକୁ ବର୍ଷ ବର୍ଷ ଧରି ପୂରଣ କରାଯାଇ ନାହିଁ। ରେଳବାଇରେ ୨.୬୫ ଲକ୍ଷ ପଦବୀ ଖାଲି ପଡ଼ିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅଧ୍ଵନରେ ବହୁ ପଦ ପଦବୀ ଖାଲି ପଡ଼ିଛି । ଦେଶରେ ଓ ସେନା ବାହିନୀରେ ସରକାରରୀ ତଥ୍ୟ ଅନୁସାରେ ୧, ୨୨,୫୫୫ ପଦବୀ ଖାଲି ପଡ଼ିଛି। ନିଯୁକ୍ତି ପରିବର୍ତ୍ତେ ଦେଶର ନିରାପତ୍ତା ବ୍ୟବସ୍ଥା ଦୃବଳ କରାଯାଉଛି। ବିବାଦୀୟ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଯାଇଛି। ବେରୋଜଗାରେ ଓଡ଼ିଶା ନମ୍ବର ୧, ଓଡ଼ିଶା ସରକାର ପ୍ରତି ବର୍ଷ ଯୁବକ ଯୁବତୀ ୨ ଲକ୍ଷ ଚାକିରୀ ପ୍ରତିଶ୍ରୁତି ଦେଇ ପୂରଣ ହେଲା ନାହିଁ। ୨୨ ବର୍ଷ ଶାସନକାଳ କୌଣସି ଚାକିରୀ ସୃଷ୍ଟି ହୋଇନାହିଁ କିମ୍ବା ଆଗାମୀ ଦିନରେ ଓଡିଶା ସରକାର କୌଣସି ଚାକିରୀ ସୃଷ୍ଟି କରିପାରିବା ସମ୍ଭାବନା ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହି କଟାକ୍ଷ କରିଥିଲେ। ଅନ୍ୟମାଙ୍କ ମଧ୍ୟରେ ପରମାନନ୍ଦ ସାମନ୍ତ, ଅଶୋକ ମହାନ୍ତି, କୁନୁ ପଣ୍ଡା, ଜୟନ୍ତ ଦାସ, ସଂଜୀବ ସାହୁ, ଚନ୍ଦ୍ର ଶେଖର ମହାନ୍ତି, ଜୟ ପ୍ରକାଶ ବେହେରା, ପ୍ରଭାତ ପଣ୍ଡା, ଅଧିର ଦେବତା, ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.