ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ପାଇକମାଲ ମୁଖ୍ଯଛକ ଝାରବନ୍ଧ ପଟକୁ ଯାଉଥିବା ରାସ୍ତା ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି । ଝାରବନ୍ଧ ଉପାନ୍ତ ଅଞ୍ଚଳ ଛତିଶଗଡ ଅଞ୍ଚଳରୁ ଯାତ୍ରା ମାନେ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି ଏଇ ରାସ୍ତା ଦେଇ । ଛକ ଜଗା ହୋଇ ଥିବାରୁ ଏଠାରେ ପ୍ରବଳ ଭିଡ ହେବାର ପରିଲକ୍ଷିତ ହୋଇଥାଏ । ଅନେକ ଛୋଟ ବଡ ଯାନବାହାନ ଯାତାୟାତ ହୋଇଥାଏ । ଏଠାରେ ଛୋଟ ବଡ ଦୁର୍ଘଟଣା ହେବାର ଆଶଙ୍କା କରାଯାଏ । ହେଲେ ଏହି ବିପଦପୂର୍ଣ୍ଣ ରାସ୍ତାଟିକୁ ପ୍ରଶାସନର ତଥା କାହାରିର ଦୃଷ୍ଟି ପଡୁନାହିଁ । ଏହି ରାସ୍ତାଟି ମରଣଯନ୍ତା ପାଲଟିଛି । ବର୍ତ୍ତମାନ ପାର୍ବଣ ଋତୁରେ ଲୋକଙ୍କର ଭିଡ ହେବାର ସମ୍ଭାବନା ଦେଖାଯାଏ । ତେଣୁ କରି ପୂର୍ତ୍ତ ବିଭାଗ ତଥା ପ୍ରଶାସନ ଏହି ରାସ୍ତାକୁ ମରାମତି ଦୃଷ୍ଟି ଦେଇ ଶ୍ରୀଘ୍ର ମରାମତି କରିବା ପାଇଁ ଜନ ସାଧାରଣରେ ଦାବୀ ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ