Type Here to Get Search Results !

ବିଷ ପିଇ ଚିକିତ୍ସାଧିନ ଆଇଟିଆଇ କଲେଜ ଛାତ୍ରଙ୍କ ମୃତ୍ୟୁ


ତିହିଡ଼ି :- 

ଟାହିଟାପରା ସହିନପାରି ବିଷ ପିଇ ଚିକିତ୍ସାଧିନ ଆଇଟିଆଇ କଲେଜ ଛାତ୍ରଙ୍କ ମୃତ୍ୟୁ। ରବିବାର ସଂଧ୍ୟାରେ କଟକ ବଡ଼ ମେଡ଼ିକାଲରେ ତାର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ଚିକିତ୍ସା ଜାରି ରହିଥିଲେ ମଧ୍ୟ ଭଗବାନ ସହାୟ ହୋଇପାରିଲେ ନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଛାତ୍ର ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ ଅଚକ ପଞ୍ଚାୟତ ସାନ୍ତାରାପୁର ଛନ୍ଦାସାହି ଗାଁର ଭକ୍ତହରି ମଳିକଙ୍କ ପୁଅ ଆଶୁତୋଷ ମଳିକ ବୟସ 20 । ଆଶୁତୋଷ ତିହିଡ଼ି ପୁରୁଣା ବଜାରସ୍ଥିତ ପୂର୍ଣ୍ଣଚନ୍ଦ୍ର ଆଇଟିଆଇ ର ଇଲେକ୍ଟ୍ରିସିଆନ ବିଭାଗର ପ୍ରଥମ ବର୍ଷର ଛାତ୍ର।  ଗତ ଶୁକ୍ରବାର ଦିନ ଏକ ଘଟିକା ସମୟରେ କଲେଜରେ କ୍ଲାସ ସାରିବା ପରେ ଘରକୁ ଫେରିଥିଲେ।  ସଂଧ୍ୟାରେ ମୂମୁର୍ଷ ଅବସ୍ଥାରେ ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ଗୋଳପୋଖରୀ ଛକ ନିକଟରେ ରାସ୍ତା କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେବା ସହିତ ତିହିଡ଼ି ମେଡିକାଲ ରେ ଭର୍ତ୍ତି କରିଥିଲେ। ତିହିଡ଼ି ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅଧିକ ଗୁରୁତର ହେବାରୁ ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଆଶୁତୋଷର 3 ପୃଷ୍ଠାର ହାତଲେଖା ଚିଠି ପରିବାର ଲୋକଙ୍କ ହସ୍ତଗତ ହୋଇଥିଲା।  ସେଥିରେ ସେ ନିଜ ମାଆଙ୍କ ସହିତ ବଜାର ଯାଇଥିବା ବେଳେ ତାଙ୍କ ସାଙ୍ଗ ପିଲାମାନେ ଟାହି ଟାପରା କରୁଥିବା ନେଇ ଉଲ୍ଲେଖ ହୋଇଛି ଯେଉଁଥିରେ ତାଙ୍କୁ ତାଙ୍କ ସାଙ୍ଗ ଅଟହସ୍ୟ କରୁଥିବାର ପ୍ରସଙ୍ଗ ମଧ୍ୟ ନଜରକୁ ଆସିଛି।  ଯାହାକୁ ନେଇ ଆଶୁତୋଷ କୁ ମାନସିକ ସ୍ତରରେ ଅଶାନ୍ତି କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଶ ଜାରି ହେଉଛି । ତେବେ ଘଟଣାକୁ ନେଇ ପରିବାର ଲୋକେ ଆଶୁତୋଷ ପାଠ ପଢୁଥିବା ଆଇଟିଆଇ କଲେଜ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ସେଠାରେ ରିଗିଂ ହେଉଥିବା ମଧ୍ୟ ଆରୋପ କରିଥିଲେ। ତେବେ ଆଇଟିଆଇ କର୍ତ୍ତୃପକ୍ଷ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆଶୁତୋଷ ଙ୍କ ପ୍ରତି କୈାଣସି ରିଗିଂ ହୋଇନଥିବା ଦୃଢୋକ୍ତି ସହିତ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି ଶୁକ୍ରବାର ଆଶୁତୋଷ ଙ୍କ ସମେତ 12 ଜଣ ଛାତ୍ର ସେମାନଙ୍କ ନିର୍ଦ୍ଧାରିତ କ୍ଲାସ ସାରି ଦିନ ଗୋଟାଏ ବେଳେ ଆଇଟିଆଇ କଲେଜ ପରିସର ଛାଡିଥିଲେ ଛାତ୍ରଙ୍କ ହାତଲେଖା ଚିଠିରେ ଉଲ୍ଲେଖ ଥିବା ଟାହିଟାପରା ପ୍ରସଙ୍ଗରେ କୈାଣସି ଆଇଟିଆଇ ଛାତ୍ରର ଭୂମିକା ନଥିବା ଏବଂ ତାହା କଲେଜ ପରିସରରେ ହୋଇନଥିବା ସ୍ପଷ୍ଟ କରିଛନ୍ତି। ତେବେ ପରିବାର ପକ୍ଷରୁ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଆଇଟିଆଇ କଲେଜ ରେ ରିଂଗି ହୋଇଥିବା ନେଇ ଖବର ପ୍ରସାରିତ ହେବାପରେ ତିହିଡ଼ି ପୋଲିସ ପକ୍ଷରୁ ସ୍ବତନ୍ତ୍ର ତଦନ୍ତ କରାଯାଇଛି। ଛାତ୍ରଙ୍କ 3 ପୃଷ୍ଠା ସମ୍ବଳିତ ହାତଲେଖା ଚିଠିରେ ଆଇଟିଆଇ କଲେଜ ରେ ରିଂଗି ହୋଇଥିବା ଉଲ୍ଲେଖ ହୋଇନଥିଲେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି ଶନିବାର ସଂପୃକ୍ତ ଛାତ୍ରଙ୍କ କ୍ଲାସରେ ପାଠ ପଢୁଥିବା ଅନ୍ୟ 11 ଜଣ ଛାତ୍ର ଙ୍କ ସମେତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ପୋଲିସ ପଚରା ଉଚୁରା କରିଥିଲେେ । ତେବେ ଆଇଟିଆଇ ପରିସରରେ କୈାଣସି ରିଗିଂ କରାଯାଇଥିବାର ପ୍ରମାଣ ମିଳିନଥିଲେ ମଧ୍ୟ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ତପନ କୁମାର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଇଟିଆଇ କଲେଜର ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି ଙ୍କ ସମେତ କେତେକ କର୍ମକର୍ତ୍ତା କଟକ ଯାଇ ପିଡିତ ଛାତ୍ରଙ୍କୁ ଭେଟି ଆଶୁ କାମନା ସହିତ ପରିବାର ଲୋକଙ୍କ ସମବେଦନା ଜ୍ଞାପନ କରିଥିଲେ ମାତ୍ର ସଂଧ୍ୟାରେ ଆଶୁତୋଷ ର ମୃତ୍ୟୁ ଖବର ଶୁଣିବା ପରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଛନ୍ତିି। ତିହିଡ଼ି ବ୍ଲକ୍ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.