Type Here to Get Search Results !

ରାସ୍ତାରେ ଅଟକିଛି ଦୁର୍ଘଟଣାଗ୍ରସ୍ତ ଟ୍ରେଲର, ୨ କିମି ଯାଏ ରାସ୍ତା ଜାମ୍‌ ବଲାଙ୍ଗିର ଟିଟିଲାଗଡ଼ ରାସ୍ତା ରେ

 


ବଲାଙ୍ଗିର :-

ବଲାଙ୍ଗିର-ଟିଟିଲାଗଡ ରାସ୍ତାର ବିଜାଖମନ ଛକଠାରେ ଗତ ରାତିରେ ଏକ ଆଲୁମିନିୟମ ବୋଝେଇ ଟ୍ରେଲର ଗାଡି ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହା ଫଳରେ ରାସ୍ତା ଉପରେ ଗାଡିଟି ରହିଯାଇଥିବାରୁ, ସେହି ରାସ୍ତା ଦେଇ ଗାଡିମୋଟର ଯିବା ଆସିବା କରିପାରୁନାହିଁ । ଯାହା ଫଳରେ ବିଜାଖମନ ଠାରୁ ବଲାଙ୍ଗିର ସହର ପର୍ଯ୍ୟନ୍ତ ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ବଡ ବଡ ଗାଡି ସବୁ ଜାମ ହୋଇରହିଛି ,ଗତ ରାତି ପ୍ରାୟ ୧୨ ଟାରେ ଏନଏଚ୍‌-୨୬ରେ ଏକ ଆଲୁମିନିୟମ ଟ୍ରକ ବିଶାଖାପାଟନମରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା।   ମାତ୍ର ବିଜାଖମନ ଛକଠାରେ ହଠାତ୍‌ ଗାଡ଼ିଟି  ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା।  ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । କିନ୍ତୁ ଟ୍ରାଫିକ ଜାମ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ରାସ୍ତାରୁ ହଟା ଯାଇ ନ ଥିବାରୁ ଗତ ରାତିରୁ ବଲାଙ୍ଗିର ଟିଟିଲାଗଡ ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଛି । 



ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ବହୁ ସଂଖ୍ୟାରେ ଭାରୀ ଯାନ । ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ି ହଟାଯାଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।ବଲାଙ୍ଗିର ସହର ଦେଇ ରାତି ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଭାରି ଯାନବାହନ ଚଳାଚଳ କରିଥାଏ। ମାତ୍ର ଏହି ସମୟରେ ଦୁର୍ଘଟଣା ଘଟିଥିବାରୁ ଭାରି ଯାନଗୁଡ଼ିକ ଅଟକି ରହିଛି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.