Type Here to Get Search Results !

ପଥରରେ ଛେଚି ମା’ ସ୍ତ୍ରୀଙ୍କ ଜୀବନ ନେଲା ନୃଶଂସ କୁଥୁଲ୍ ଖଡିଆ

 


ଲଖନପୁର :-

ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କତରବଗା ଗ୍ରାମର ଜଡାମୁଣ୍ଡାରେ ଗୁରୁବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ପୁଅ ପଥରରେ ଛେଚି ବୃଦ୍ଧା ମା’ ଏବଂ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ମା’ ଝିମ ଖଡିଆ(୮୦) ଓ ସ୍ତ୍ରୀ ସାଈବେଣୀ ଖଡିଆ(୫୪)। ରେଙ୍ଗାଲି ଥାନା ଆଇଆଇସି କ୍ରେସନିଆ ସାମରିଆ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ହତ୍ୟାକାରୀ ପୁଅ କୁଥୁଲ ଖଡିଆ(୫୮)ଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ଅନୁଯାୟୀ କୁଥୁଲଙ୍କ ଘରେ ସ୍ତ୍ରୀ ଓ ବୃଦ୍ଧା ମା’ ରୁହନ୍ତି। ପୂର୍ବାହ୍ନରେ କୁଥୁଲ ଓ ତାଙ୍କ ସ୍ତ୍ରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପିଡିଏସ୍‌ ଚାଉଳ ଧରି ଘରକୁ ଫେରିଥିଲେ। ଉଭୟ କୁଆଡେ ମଦପିଇ ଘରକୁ ଫରିଥିବା କୁହାଯାଉଛି। ଘରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୁଥୁଲ ଏକ ପଥରରେ ମା’ ଓ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରେ ଅଭିଯୁକ୍ତ କୁଥୁଲ ପଡାରେ ରହୁଥିବା ନିଜ ଝିଅ ଓ ଜ୍ୱାଇଁଙ୍କ ଘରକୁ ଯାଇ ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲେ। ଝିଅ ଓ ଜ୍ୱାଇଁ ଘରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତଦେହ ପଡିଥିବା ଦେଖିଥିଲେ। ଏ ସମ୍ପର୍କରେ ଝିଅ, ଜ୍ୱାଇଁ ପଡାରେ ଜଣାଇବା ସହ ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ସନ୍ଧ୍ୟାରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି ା କୁଥୁଲଙ୍କ ଏକମାତ୍ର ପୁଅ ଦିଲୀପ କୁଶମେଲ ଗ୍ରାମରେ ପରିବାର ନେଇ ରହୁଥିବାବେଳେ ଘଟଣା ସମ୍ପର୍କରେ ଖବରପାଇ ସନ୍ଧ୍ୟାରେ ନିଜ ଗ୍ରାମ ଜଡାମୁଣ୍ଡାରେ ପହଞ୍ଚିଛନ୍ତି।

ଲଖନପୁର ରୁ ସମୀର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.