ଭଦ୍ରକ :-
ଆଜି ଭଦ୍ରକ ଆୟୁର୍ବେଦ ଚିକିତ୍ସକ ସଂଘ ତରଫରୁ କୋଡବରୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିଃଶୁଳ୍କ ଆୟୁଷ ସ୍ବାସ୍ଥ୍ୟ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଅଛି । ଏଥିରେ ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, କୋଡ଼ବରୁଆଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ମହାନ୍ତି , ସମିତିସଭ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ପାଣି ଓ ପଞ୍ଚାୟତ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିବିର ଟିକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ