Type Here to Get Search Results !

ସନ୍ଥପଡା ଗ୍ରାମର ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ସରପଞ୍ଚ ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ

 


ତାଳଚେର :-

ତାଳଚେର ବ୍ଲକ ର ସନ୍ଥପଡା ଗ୍ରାମର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ସରପଞ୍ଚ ସହଦେଵ ସାହୁ ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା |ସନ୍ଥପଡ଼ା ଗ୍ରାମର ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ ବିନିଯୋଗ କରିବା ପାଇଁ ଜିଲ୍ଲାପାଳ ଙ୍କ ଠାରେ ସେମାନେ ଅନୁରୋଧ କରିଛନ୍ତି |ସନ୍ଥପଡ଼ା ସୁନ୍ଦରପସୀ ସାହି, ପଞ୍ଚୁ ସାହୁ ଘର ଠାରୁ, ରାଜୁ ସାହୁ ଘର, ଝାଡ଼ିଅମ୍ବା ଗ୍ରାମ, କନକ ଦୁର୍ଗା ହାଇସ୍କୁଲ ଠାରୁ ନୁଆଁ ସାହି ଭାଗବତ ଘର ପର୍ଯ୍ୟନ୍ତ ରାସ୍ତା କୁ କଂକ୍ରିଟ କରିବା, ଦାସନାଳି, ଝାଡ଼ିଆମ୍ବା ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣ, ସନ୍ଥପଡା ଗ୍ରାମର ସ୍ୱାଗତ ଗେଟ ନିର୍ମାଣ, ସନ୍ଥପଡା, ଦାସନାଳି ନୁଆଁପଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ର ଉର୍ନ୍ନତି କରଣ ଆଦି କାର୍ଯ୍ୟ କରିବା ପାଇଁ ସାତ ଦଫା ସଂମ୍ବିଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |

Post a Comment

0 Comments
* Please Don't Spam Here. All the Comments are Reviewed by Admin.