ବ୍ୟୁରୋ :-
ଆଜିର ଆଧୁନିକ ଯୁଗରେ ନୂଆ ଓ ପୁରୁଣା ଟ୍ରେଣ୍ଡ୍ ରେ ଚାଲିଛି ମହା ସମର। ବିଶେଷ କରି ଯୁବପିଢି ନୂଆ ନୂଆ ଷ୍ଟାଇଲ କୁ ଆପଣାଇବା ସହ ନୂଆ ଟ୍ରେଣ୍ଡ ରେ ଲୋକଙ୍କ ମଧ୍ୟରେ ପ୍ରଭାବ ବିସ୍ତାର କରିବାକୁ ବେଶ୍ ପସନ୍ଦ କରନ୍ତି। କିନ୍ତୁ ବେଳେ ବେଳେ ଏଭଳି କାର୍ଯ୍ୟ ମହଙ୍ଗା ରୁ ଯାଇ କନ୍ତରା ରେ ପଡ଼ିବା ଭଳି ହୋଇଥାଏ। ବିଶେଷ କରି ଅଟୋ ମୋବାଇଲ୍ ରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ। ନିଜ କାର୍, ବାଇକ୍ ଆଦି କୁ ମୋଡ଼ିଫାଈ କରିବା ଯେମିତି ଯୁବ ବର୍ଗଙ୍କ ଫେଶନ ହୋଇ ଯାଇଛି। କିନ୍ତୁ ଏଥିପାଇଁ ବିଭିନ୍ନ ସ୍ଥାନରେ ଫାଇନ ବି ଗଣିଥାନ୍ତି ଯୁବ ବର୍ଗ। ତେଣୁ ଆସନ୍ତୁ ଜାଣିବା ଅଟୋ ମୋବାଇଲ୍ ମୋଡ଼ିଫାଏ ପୂର୍ବରୁ କିଛି ନିୟମ ଯାହା ପରିବହନ ବିଭାଗ ପକ୍ଷରୁ ଜାରି ରହିଛି:-
୧- ଯଦି ଆପଣ ଗାଡ଼ି କୁ ନୂତନ ଢାଞ୍ଚା ଦେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଜିଲ୍ଲା RTO କାର୍ଯ୍ୟାଳୟ ରୁ ଅନୁମତି ପତ୍ର ନିହାତି ଭାବରେ ଆଣିବାକୁ ହେବ। ନଚେତ୍ ଗାଡ଼ି କୁ ରାସ୍ତା ଉପରେ ଚଳାଇବା ବେଆଇନ ମନେ କରାଯାଇ ଚାଲାଣ କଟିବ।
୨- ଗାଡ଼ିର ଲମ୍ବ ଓ ଉଚ୍ଚତା RTO ନିର୍ଦ୍ଧାରିତ ହେବା ଆବଶ୍ୟକ।
୩- ସୁରକ୍ଷା ଦୃଷ୍ଟିକୋଣ ଅନୁସାରେ ଗାଡ଼ିଟି ସଠିକ୍ ହୋଇଥିବା ଆବଶ୍ୟକ।
୪- ଗାଡ଼ିର ହର୍ନ ଏବଂ ଲାଇଟ୍ ପରିବହନ ନିୟମ ଅନୁଯାୟୀ ହୋଇଥିବା ଆବଶ୍ୟକ। ବିକଟାଳ ହର୍ନ ପାଇଁ କିମ୍ବା ଅତ୍ୟଧିକ ଆଲୋକିକରଣ ଦ୍ଵାରା ଆଇନ୍ ଅମାନ୍ୟ ବିବେଚିତ ହେବ।
୫ - ଗାଡ଼ି ଟି ର କାଗଜପତ୍ର ସଠିକ୍ ଥିବା ଆବଶ୍ୟକ। ନଚେତ୍ ତାହା ଚୋରି ଗାଡ଼ି ଅଭିଯୋଗ ରେ ଦଣ୍ଡିତ ହୋଇ ପାରେ। ତେଣୁ ମୋଡ଼ିଫାଏ ଶୋରୁମ୍ ରୁ ଗାଡ଼ି ଆଣିବା ପୂର୍ବରୁ ସମସ୍ତ କାଗଜପତ୍ର ସଠିକ୍ ରୂପେ ଯାଞ୍ଚ କରି ଆଣନ୍ତୁ।
ଏଭଳି କିଛି ନିୟମ ମାନି ଆପଣ ମୋଡ଼ିଫାଏ ଗାଡ଼ି ରାସ୍ତାରେ ଚଲେଇ ପାରିବେ। ବ୍ୟୁରୋ ରିପୋର୍ଟ