ବଲାଙ୍ଗିର :-
ସ୍ୱାସ୍ଥ୍ୟ ହିଁ ସମ୍ପଦ. ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ମନ ଓ ବିଚାର ସୃଷ୍ଟି କରିଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରୋଗ ଗୁଡିକର ଚିହ୍ନଟ ଓ ନିରାକରଣ ନିତାନ୍ତ ଆବଶ୍ୟକ ଅଟେ. ସେଇଥିପାଇଁ ଆଜି ବିଶ୍ୱ ଫର୍ମାସୀ ଦିବସ (25.9.2022) ଅବସରରେ ସ୍ଥାନୀୟ ହାଟପଦା ପଡ଼ା ସ୍ଥିତ ରାମଶ୍ୱର ପାର୍କରେ ସହରର ପ୍ରତିଷ୍ଠିତ ଅନୁଷ୍ଠାନ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡ଼ଃ ପ୍ରଫୁଲ୍ଲ କୁମାର ସାହୁ କାର୍ଯ୍ୟକ୍ରମର ଉପଯୁକ୍ତ ସଂଯୋଜନା କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ସକାଳ 6.30 ରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇ ସକାଳ 10.30 ରେ ସମାପ୍ତ ହୋଇଥିଲା। ଅନ୍ୟୁନ 200 ଜଣ ଇଛ୍ଛୁକ ବ୍ୟକ୍ତି (ଉଭୟ ପୁରୁଷ ଓ ମହିଳା) ଏଇ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଯୋଗଦାନ ଦେଇଥିଲେ। ଉକ୍ତ କାର୍ଯ୍ୟ ରେ (ଡ଼ି. ଫାର୍ମ), (ବି. ଫାର୍ମ) ଏବଂ( ଡ଼ି. ଏମ. ଏଲ. ଟି )ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ. କାର୍ଯ୍ୟକ୍ରମଟି ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ରେ ଲୋକମାନଙ୍କର (B. M. I), ବ୍ଲଡ଼ ପ୍ରେସର, ରକ୍ତ ଶର୍କରା, ରକ୍ତର ଗ୍ରୁପ ଜାଣିବା, ହିମୋଗ୍ଲୋବିନର ମାତ୍ରା ଜାଣିବା ପରି ନିତାନ୍ତ ଜରୂରୀ ପରୀକ୍ଷା ଗୁଡିକ କରାଯାଇଥିଲା। ଅନୁଷ୍ଠାନର ଏହି ଅଭିନବ ପ୍ରୟାସ କୁ ସହରର ଲୋକମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ଓ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛିି । ବାସ୍ତବରେ ଅନୁଷ୍ଠାନର ଏପରି ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେବୋଲି ବଲାଙ୍ଗିର ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍