Type Here to Get Search Results !

ଦାତବ୍ୟ ଅନୁଷ୍ଠାନ ର କ୍ଷେତ୍ର ପରିଦର୍ଶନ



ବରଗଡ଼ / ପଦ୍ମପୁର :- 

ଓଡ଼ିଶା ରାଜ୍ୟରେ ପରିବେଶ ସୁରକ୍ଷା, ଦେଶୀ ପୁଷ୍ଟିଯୁକ୍ତ ଖାଦ୍ୟ ଉତ୍ପାଦନ ସହ ଆହରଣ ଏବଂ ଉତ୍ପାଦନର ସଠିକ୍ ବିକ୍ରି ବ୍ୟବସ୍ଥା ସହ ଯୋଡ଼ି କୃଷକ ଙ୍କୁ ସ୍ୱାବଲମ୍ବୀ କରି ଗଢି ତୋଳିବା ରେ ଅଗ୍ରଣୀ ଭୂମିକା ନେଇଛି ଦେଶୀ ବିହନ ସୁରକ୍ଷା ମଂଚ ଓଡ଼ିଶା । ଏଣୁ ଭିତ୍ତିଭୂମି ସେବା ସଂଗଠନ ର ସହଯୋଗ ରେ ପଦ୍ମପୁର ଉପଖଣ୍ଡ ରେ ଜଳବାୟୁ ପରିବର୍ତ୍ତନ କୁ ଦୃଷ୍ଟିରେ ରଖି ଫସଲ ଓ ଖାଦ୍ୟ ବିବିଧତା ସହ ପୁଷ୍ଟି ଯୁକ୍ତ ଖାଦ୍ୟ ଖାଇବାରେ ନିରନ୍ତର ଅଭ୍ୟାସ ସାଙ୍ଗେ ସୁସ୍ଥ ବଜାର ବ୍ୟବସ୍ଥା ଉକ୍ତ ଚାଷୀ ସହ ଯୋଡ଼ିବାରେ ପ୍ରୟାସ କରା ଯାଉଛି । ଜୈବିକ ଉପାୟରେ ଦେଶୀ ଧାନ ଚାଷ ସହ ବିବିଧ ଅବହେଳିତ ଫସଲ କୁ ଚାଷୀଙ୍କ ଚାଷ ପଦ୍ଧତି ରେ ଯୋଡିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।ବର୍ତ୍ତମାନ ସମୟରେ ରାସାୟନିକ ସାର ଓ କୀଟନାଶକ ର ବହୁଳ ବ୍ୟବହାର ଫଳରେ ଲୋକେ ନାନା ପ୍ରକାର ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛନ୍ତି। ସ୍ୱାସ୍ଥ୍ୟ ଓ ପରିବେଶ ଦୃଷ୍ଟିରୁ ପାରମ୍ପରିକ ଜୈବିକ ଫସଲ ଚାଷୀ ନିଜ କ୍ଷେତ ରେ ଉତ୍ପାଦନ କରି ଖାଇବା ସହ ବଳକା ଜିନିଷ କୁ ବଜାରରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି କୁ କିପରି ସୁଦୃଢ଼ କରି ପାରିବ ସେଥିପାଇଁ ଭିତ୍ତିଭୂମି ସେବା ସଂଗଠନ ତରଫରୁ ଅନେକ ତାଲିମ ପ୍ରଦାନ କରା ଯାଇଛି ।ବରଗଡ଼ ଜିଲ୍ଲା ର ବରଗଡ଼, ଗାଇସିଲେଟ, ପଦ୍ମପୁର ବ୍ଲକ ର ମୋଟ ୫୦୦ ପରିବାର ଙ୍କ ସହ ଖରିଫ ଚାଷ ରୁ ଉକ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି ।ଚାଷୀ ନିଜ କ୍ଷେତ ରେ ମାଣ୍ଡିଆ, ଗୁରୁଜି, କୁଦ, ରାଶି, ମୁଗ, କଲରା, କାଙ୍କଡ଼, ଶାଗ, ଖମ୍ବାଲୁ, ଶିମ୍ବ ଆଦି ଦଶ ପ୍ରକାର ଅବହେଳିତ ଫସଲ କୁ ଯତ୍ନ ସହକାରେ ଚାଷ କରା ଯାଇଛି। ସହାୟକ ସଂସ୍ଥା swissaid ର ମୁଖ୍ୟ କବିତା ଗାନ୍ଧୀ ଓ ସାଗର ମହାନ୍ତି ବଇଦ ପାଲି ଗ୍ରାମରେ କରାଯାଇଥିବା 'ମଦର ଟ୍ରାଇଲ ' ଓ ଅନ୍ୟାନ୍ୟ ଚାଷୀ ମାନଙ୍କୁ ଉପରୋକ୍ତ ୧୦ ପ୍ରକାରର ଫସଲ କୁ କିଭଳି ଭାବରେ ଚାଷ କରିଛନ୍ତି ସେ ସବୁ ବିଷୟ ଜାଣିବା ପାଇଁ ଏକ କ୍ଷେତ୍ର ପରିଦର୍ଶନ ସହ ଚାଷୀଙ୍କ ସହ ସମ୍ମୁଖ ଆଲୋଚନା କରିଥିଲେ ।"ମଦର୍ ଟ୍ରାଏଲ୍" ରେ ଚାଷ ହୋଇଥିବା ପ୍ରତ୍ୟେକ ପ୍ଲଟ କୁ ବୁଲି ଦେଖିଥିଲେ ।ଏହା ସହ ଉପରୋକ୍ତ ୧୦ ଅବହେଳିତ ଫସଲ କୁ ଚାଷୀମାନେ କିଭଳି ନିଜ ନିଜ ପୁଷ୍ଟି ବଗିଚାରେ ସାମିଲ କରିଛନ୍ତି ତାହା ମଧ୍ୟ ବୁଲି ଦେଖି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ବରଗଡ଼, ପଦ୍ମପୁର, ଗାଇସିଲେଟ ଅଞ୍ଚଳ ର ପ୍ରତ୍ୟେକ ବଜାର ରେ ଉକ୍ତ ଉତ୍ପାଦନ ସବୁକୁ ବିକ୍ରି କରି ହେବ ଆଲୋଚନା କରିଥିଲେ ।ଉକ୍ତ କାର୍ଯକ୍ରମ କୁ ଦେଶୀ ବିହନ ସୁରକ୍ଷା ମଂଚ ର ଆବାହକ ସରୋଜ ମହାନ୍ତି, ବିଶିଷ୍ଟ ଜୈବିକ ଚାଷୀ ତଥା ତାଲିମ ଦାତା ସୁଦାମ ସାହୁ, ଭିତ୍ତିଭୂମି ସେବା ସଂଗଠନ ର ବାବୁଲୁ ବଗର୍ତ୍ତୀ, ଦାଶରଥି, ପ୍ରହଲ୍ଲାଦ, ଶୁକଦେବ, ବୁଧୂରାମ ଆଦି ଏହି ପରିଦର୍ଶନ ରେ ସାହାଯ୍ୟ ଓ ସହଯୋଗ କରିଥିଲେ। 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.