Type Here to Get Search Results !

ବଲାଙ୍ଗିର ଶାନ୍ତିପଡାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ସେଣ୍ଟିଙ୍ଗ ମିସ୍ତ୍ରୀ ଗୁରୁତର



ବଲାଙ୍ଗିର :-

ବଲାଙ୍ଗିର ସ୍ଥାନୀୟ ଶାନ୍ତିପଡା ଠାରେ ଏକ ଘର କାମ କରୁଥିବା ସମୟରେ ଜଣେ ସେଣ୍ଟିଙ୍ଗ ମିସ୍ତ୍ରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସେଣ୍ଟିଙ୍ଗ ମିସ୍ତ୍ରୀ ଜଣକ ଶିକାଛିଡା ଗ୍ରାମର ଲକ୍ଷ୍ମଣ ପାଣ୍ଡେଙ୍କ ପୁଅ ନିରୋଜ ପାଣ୍ଡେ ବୋଲି ଜଣାପଡିଛି । ସୂଚନା ଅନୁସାରେ ନିରୋଜ ଶାନ୍ତିପଡା ଠାରେ ଏକ ଘରେ ସେଣ୍ଟିଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.