Type Here to Get Search Results !

ମା ଦୁର୍ଗା,ସମଲେଶ୍ଵରୀ ଙ୍କ ଧବଳମୁଖୀ ବେଶ


ବଲାଙ୍ଗୀର :- 

ଦଶହରା ପାଇଁ ବଲାଙ୍ଗୀର ସହର ଉତ୍ସବ ମୁଖର । କରୋନା ର ଦୁଇ ବର୍ଷ ର ବିଭୀଷିକା ପରେ ଚଳିତ ବର୍ଷ ଭକ୍ତମାନେ ଦୁର୍ଗା ଦେବୀ ଙ୍କୁ ସମ୍ମୁଖ ଦର୍ଶନ କରୁଛନ୍ତି ।ସମସ୍ତଙ୍କ ମନରେ ଉତ୍ସାହ ।ଆଜି ମହାଳୟା । ମା ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ ।ସେହିଭଳି ଦେଉଳ ବନ୍ଧ ନିକଟରେ ପୂଜା ପାଉଥିବା ମା ଦୁର୍ଗା ମଧ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ।ଏଣୁ ଆଜି ସକାଳୁ ମନ୍ଦିର ମାନଙ୍କରେ,ବିଶେଷ କରି ମା ସମଲେଶ୍ଵରୀ ମନ୍ଦିର ଏବଂ ଦୁର୍ଗା ମନ୍ଦିର ରେ ଭିଡ଼ ରାତ୍ରି ପର୍ଯ୍ୟନ୍ତ ଲାଗି ରହିବ ।ଭକ୍ତ ଙ୍କ ଅସମ୍ଭାଳ ଭିଡ଼ ପାଇଁ ପୋଲିସ ସଜାଗ ରହିବା ଆବଶ୍ୟକ । କୌଣସି ଅପ୍ରିତୀକର ଘଟଣା ପାଇଁ ଜନ ସାଧାରଣ ଏବଂ ଭକ୍ତ ମାନେ ସଜାଗ ରହି ମା ଙ୍କୁ ଦର୍ଶନ କରିବା ଉଚିତ୍ । ମନ୍ଦିର ର ନିୟମ ମାନି ଶୃଙ୍ଖଳା ରଖି ମହାଳୟା ରେ ମା ଙ୍କ ଧବଳମୁଖୀ ବେଶ ଦର୍ଶନ ପୂର୍ବକ ମା ଙ୍କ ସାନିଧ୍ୟ ଲାଭ କରନ୍ତୁ। ଆଜି ମା ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ସାଙ୍ଗରେ ସମାନ ର ଫଳ ମିଳିବ ବୋଲି ଭକ୍ତ ଙ୍କ ମଧ୍ୟ ରେ ଦୃଢ଼ ବିଶ୍ବାସ ରହିଛି l ଆଜିର ଦିନ ର ବିଶେଷ ମହତ୍ବ ରହିଛି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେଉ । ଦୁଷ୍ଟ ମାନଙ୍କର ଦୁଷ୍ଟାମୀ କୁ ମା ଦୂର୍ଗେ ଦୁର୍ଗତି ନାଶିନି ଦମନ କରି ସହରରେ ଶାନ୍ତି ପ୍ରତିଷ୍ଠା କରନ୍ତୁ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.