Type Here to Get Search Results !

ଗର୍ଭବତୀଙ୍କୁ ହତ୍ୟା ଘଟଣା, ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି


ଚାନ୍ଦବାଲି :-

ଗର୍ଭବତୀଙ୍କୁ ହତ୍ୟା ଘଟଣା, ସମସ୍ତ ଅଭିଯୁକ୍ତଙ୍କ ଗିରଫ କରାନଗଲେ ଥାନା ସମ୍ମୁଖରେ ବସିବା ଲାଗି ମୃତାଙ୍କ ବାପଘର ଲୋକଙ୍କ ପକ୍ଷରୁ ଚେତାବନି ଦିଆ ଯାଇଛି। ଏଥିସହ ଯୌତୁକ ସାମଗ୍ରୀ ଫେରସ୍ଥ କରା ଯିବାକୁ ଦାବି ମଧ୍ୟ କରାଯାଇଛି । ସୂଚନା ମୁତାବକ, ଚାନ୍ଦବାଲି ଥାନାଧିନ ବାଲିଗାଁ ଗଜଗିରି ଗାଁର ଜଣେ ନବ ବିବାହିତ ତଥା ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ୱାମୀଙ୍କ ଅନୁପସ୍ଥିତିରେ ଶାଶୁ, ଶ୍ୱଶୁର, ନଣଦ ଓ ଦିଅର ପ୍ରମଖ ସୁପରିକଳ୍ପିତ ହତ୍ୟା କରିଥିବା ନେଇ ସଂଗୀନ ଦଫାରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମୃତାଙ୍କ ଶ୍ୱଶୁର ଅଜୟ ଦାସ ଓ ଦିଅର ଶ୍ରୀନାଥ ଦାସଙ୍କୁ ପୋଲିସ ଗିରଫ୍ କରିଛି। ସୂଚନା ମୁତାବକ, ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ଦପା ଗ୍ରାମର ପିତବାସ ଦାସଙ୍କ ଝିଅ ମଞ୍ଜୁଲତା ଦାସ ସହିତ ଚାନ୍ଦବାଲି ବାଲିଗାଁ ଗଜଗିରି ଗାଁର ଅଜୟ ମଳିକଙ୍କ ପୁଅ ସହିତ ଚଳିତ ବର୍ଷ ଜୈଷ୍ଠ ମାସରେ ବୈଦ୍ଦିକ ଋତିରେ ବିବାହ ହୋଇଥିଲା। ଗତ ୭ ତାରିଖରେ ମଞ୍ଜୁଲତା ବାପଘର ଲୋକଙ୍କ ସହିତ ଭଲଭାବେ କଥା ହୋଇଥିଲା ଏବଂ ଅଧିକ ଯୌତୁକ ୫୦ ହଜାର ଟଙ୍କା ଦିଆନଗଲେ ତାକୁ ଜୀବନରୁ ମାରି ଦେବାକୁ ଶ୍ୱଶୁର ଘର ଲୋକେ ଯୋଜନା କରୁଥିବା କହିଥିଲା। ଗତ ଗୁରୁବାର ସକାଳେ ମଞ୍ଜୁଲତା ରଶି ଲଗେଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘରଲୋକେ ମଞ୍ଜୁଲତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ । ଚାନ୍ଦବାଲି ମେଡିକାଲ ଯାଇ ଦେଖନ୍ତି ତ ମଞ୍ଜୁଲତାର ଶବ ପଡିଛି। ତେବେ ପଚରା ଉଚୁରା କରିବା ପରେ ଘରେ ରଶି ଲଗେଇ ଆତ୍ମହତ୍ୟା କରିଥିବା କୌଣସି ପ୍ରମାଣ ବାପ ଘର ଲୋକେ ଜାଣିବାକୁ ପାଇ ନଥିଲେ । ଯୋଜନାବଦ୍ଧ ଭାବେ ତାକୁ ହତ୍ୟା କରା ଯାଇଥିବା ନେଇ ମଞ୍ଜୁଲତାର ବାପା ଥାନାରେ ଏତଲା ଦେଇଛନ୍ତି । ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.