Type Here to Get Search Results !

କଥା ରଖିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

 


କେନ୍ଦ୍ରାପଡା :-

ଗତ ୨୦୨୦ ମସିହାରେ ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବେଲତଳ ଗ୍ରାମର ଅସହାୟ ମହିଳା ବିମଳା ଭାରତୀ ଯେ କି ସରକାରୀ ଜାଗାରେ କୁଡ଼ିଆ ଟିଏ କରି ଘର ଘର ବୁଲି ବାସନ ମାଜି ଏକମାତ୍ର ଝିଅ ମଞ୍ଜୁଲତା ଭାରତୀ ସହିତ ଜୀବନ କାଟନ୍ତି। ଅନେକ ସମୟରେ କାମ ନ ମିଳିବାରୁ ପାଣି ପିଇ ଦୁଃଖେ ସୁଖେ ଜୀବନ ବିତାନ୍ତି । କିନ୍ତୁ କରୋନା ମହାମାରୀ ୨୦୨୦ ମସିହାରେ ଆଣିଦେଲା ଏହି ପରିବାର ପାଇଁ ସବୁଠୁ ବଡ ଦୁଃଖ , ଲୋକମାନେ ବିମଳାଙ୍କୁ ଦୀର୍ଘଦିନ ଧରି ଘରେ କାମ ଦେଲେ ନାହିଁ । ମା ଓ ଝିଅ ଦୁଃଖରେ ଭାଙ୍ଗିପଡ଼ିଥିଲେ କାରଣ ଘରେ ନଥିଲା ଖାଦ୍ୟ ଓ ଝିଅ ୧୦ମ ପରୀକ୍ଷାରେ ପାସ ହୋଇ କଲେଜରେ ନାମ ଲେଖିବ କିପରି ? ଏହି ଦୁଃଖର ଦିନରେ ପଟାମୁଣ୍ଡାଇ ଅଂଚଳର ସମାଜସେବୀ ରଶ୍ମି ରଞ୍ଜନ ପାଢ଼ୀ ଏହି ଦୁଖଦ ଖବର ଦେଇଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତିଙ୍କୁ । ଖବର ପାଇବା ମାତ୍ରେ ସମସ୍ତ କର୍ମକର୍ତା ମାନେ ପହଞ୍ଚିଥିଲେ ବିମଳା ଭାରତୀଙ୍କ ଘରେ ଓ ସମସ୍ତ ପରିସ୍ଥିତି ଦେଖି ସେହି ଝିଅର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନାମ ଲେଖାଇବା ସହ ପାଠ୍ୟଉପକରଣ ସହଯୋଗ କରିଥିଲେ । ଅତ୍ୟନ୍ତ ଖୁସିର ବିଷୟ ୨୦୨୨ ମସିହାରେ ଝିଅ ମଞ୍ଜୁଲତା ଭାରତୀ +୨ ରେ ୧ମ ସ୍ଥାନ ସହ ଭଲ ନମ୍ବର ରଖି ଉତ୍ତୀର୍ଣ ହୋଇଛି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଝିଅକୁ ମହିଳା ମହାବିଦ୍ୟାଳୟ ରେ +୩ ରେ ନାମ ଲେଖାଇଛନ୍ତି ଓ ଆଗାମୀ ପାଠପଢା ନିମନ୍ତେ ସମସ୍ତ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ମହାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ସଭାପତି ଦମନ ମହାନ୍ତି, ବିଭୁପ୍ରସାଦ ସାହୁ, ସୁମିତ୍ ଜିନ୍ଦଲ, ରଶ୍ମିରଞ୍ଜନ ପାଢ଼ୀ, ସରସ ମହାନ୍ତି , ସଞ୍ଜୟ ମହାପାତ୍ର, ପ୍ରମୋଦ କୁମାର ସାହୁ, ଅମିତ୍ ନାୟକ ଓ କଲେଜ ର ଅଧକ୍ଷ ରମେଶ ଚନ୍ଦ୍ର ଜେଠି।

କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝାଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.