Type Here to Get Search Results !

ଡ୍ରାଇଭର ସଂଘ ତରଫରୁ ପ୍ରସ୍ତୁତି ବୈଠକ

 


ମହାକାଳପଡ଼ା :-

 ମହାକାଳପଡା ବ୍ଲକ ମଙ୍ଗଳପୁର ପଞ୍ଚାୟତ ର ଆଡମିନ ସ୍ବୋମ୍ୟରଞ୍ଜନ ମହାନ୍ତି , ସୁନାକର ପରିଡା ,ନିହାର ରଞ୍ଜନ ଡାଳୁଆ ଙ୍କ ନେତ୍ରୁତରେ ଓଡିଶା ଡ୍ରାଇଭର ମହାସଂଘ ର ଏକ ପ୍ରସ୍ତୁତି ବୈଠକ ମଙ୍ଗଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି ମହାକାଳପଡା ବ୍ଲକ ର ବରକନ୍ଧା, ମଙ୍ଗଳପୁର, ମହାକାଳପଡା,ପେଟଛେଲା,ବଉଳକଣି ,ବାରଡାଙ୍ଗ ର 6 ଗୋଟି ପଞ୍ଚାୟତ ର ସମସ୍ତ ଡ଼୍ରାଇଭର ଭାଇମାନେ ଏକତ୍ରିତ ହୋଇ ଛେଡାକଣି ନାରାୟଣୀ ଠାକୁରଙ୍କ ପିଠ ନିକଟରୁ ବାଇକ୍ ରାଲି ମାଧ୍ୟମରେ ଆସି ମଙ୍ଗଳପୁର ପଞ୍ଚାୟତ ରେ ଏକ ପ୍ରସ୍ତୁତି ବୈଠକ ରେ ଯୋଗଦେଇଥିଲେ ଏବଂ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ରାଜ୍ୟ ସରକାର  ବିଭିନ୍ନ କର୍ମଜୀବୀ  ସଙ୍ଘ ଓ ମହାସଂଘ ର ଦାବିକୁ ଗ୍ରହଣ କରି ବିଚାର କୁ ନେଉଥିବା ବେଳେ କର୍ମଜୀବି ଡ୍ରାଇଭର ମାନଙ୍କ ଦାବି କୁ ଅଗ୍ରାହ୍ୟ କରୁଛନ୍ତି । ଦୈବୀ ଦୁର୍ବିପାକ ଓ ବିପର୍ଯ୍ୟୟ ସମୟରେ ସମାଜକୁ ଗୁରୁତ୍ୱ ସେବା ଯୋଗାଇ ଦେଇଆସୁଥିବା ଡ୍ରାଇଭର ମାନଙ୍କ ଦାବି କୁ ଅଣଦେଖା କରିବା ଦୁଃଖଦ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।  ନିଜର ନ୍ୟାର୍ଯ୍ୟ ଦାବି ହାସଲ କରିବା ଉଦ୍ଦେଶ୍ୟରେ ଓ ସଂଗଠନକୁ ମଜଭୁତ କରିବା ନେଇ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡ୍ରାଇଭର ମାନଙ୍କ ଅତ୍ମୀୟତା ବୃଦ୍ଧି ପାଇବା ସହିତ ଦୁଃଖ,ସୁଖ ଭାଗିଦାରୀତାକୁ ଗୁରୁତ୍ୱ ଦିଆଯାଇଛି । ଏଥିରେ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ଜିଲ୍ଲା ଡ଼୍ରାଇଭର ସଂଘ ର ସଭାପତି ଦେବାଶିଷ ପରିଡ଼ା ,ସମ୍ପାଦିକ ହେମନ୍ତ ମଲ୍ଲିକ ଙ୍କ ସହିତ ମହାକାଳପଡା ବ୍ଲକ ର ସଭାପତି-ଶିଶିର ମହାନ୍ତି , ଉପ- ସଭାପତି ବିଶ୍ଵାନାଥ ମଲ୍ଲିକ ,ସମ୍ଫାଦକ-ପ୍ରସାନ୍ତ ରାଉତ ,ସହସମ୍ଫାଦକ-ଜଗନ୍ନାଥ ମିର୍ଦ୍ଧାଙ୍କ ସହିତ ସମସ୍ତ ଡ଼୍ରାଇଭର ସଂଘ ର କର୍ମ ର୍କତା ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ରୁ ଅଶୋକ ମଲ୍ଲିକଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.