ଭଦ୍ରକ :-
ଭଦ୍ରକ ପୌରପାଳିକା ଅଧିନସ୍ତ ପୁରୁଣା ବଜାର ଅଞ୍ଚଳରେ ଥିବା D N GIRLS HIGH SCHOOL ରେ ଗତ କାଲି ଯଉ ଘଟଣା ହେଇଥିଲା ତାହାକୁ ନେଇ ସ୍କୁଲ ତରଫରୁ ଗୋଟିଏ ଜରୁରୀ କାଳିନ ମିଟିଙ୍ଗ ଆୟୋଜନ ହେଇଥିଲା ସେଥିରେ 26 ନମ୍ବର ୱାର୍ଡ଼ର କାଉନସିଲର, ଅଭିବିଭାବକ ଓ ସ୍କୁଲ କମିଟି ମଧ୍ୟ୍ୟରେ କାଲିକା ଘଟଣା ଓ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହେଲା ଓ ଅଭିଭାବକ କହିବାଅନୁଯାଇ ସ୍କୁଲରେ ପିଅନ ନହିଁ, ସ୍କୁଲ ଏପରି ଘଟଣା ବାରମ୍ବାର ହଉଥିବାରୁ ଅଭିଯୋଗ ଆଣିଥିଲେ ଅଭିଭାବକ ମାନେ। ଏହା ପୂର୍ବରୁ କାଉନସିଲର ଜୁଲଫକାର ଅଲି ତିନୋଟି ପିଅନ ପାଇଁ ଦାବୀ କରିଆସୁଥିଲେ ପୁଣି ଆଜି ଅଭିଭାବକଙ୍କ ଅଭିଯୋଗ କୁ ଶୁଣି ଜୁଲଫୁକାର ଅଲି ସଙ୍ଗେ ସଙ୍ଗେ ସମସ୍ତ ଙ୍କ ଉପସ୍ଥିତ ରେ ଭଦ୍ରକ ବିଧାୟକ ସଂଜୀବ ମଲିକ ଓ ଉଚ୍ଚଅଧିକାରୀଙ୍କୁ ଫୋନମାଧ୍ୟ୍ୟମରେ ଆଲୋଚନା କଲେ। ବିଧାୟକ ଓ ଉଚ୍ଚଅଧିକାରୀ ମାନେ ପ୍ରତିଶୃତି ଦେଲେ ଗୋଟିଏ ସଫ୍ତାହ ଭିତରେ ଜରୁରୀ କାଳିନ ପାଇଁ ପିଅନ ଆସିବେ ଓ ଆଉ ଦୁଇଟା ପିଅନ ଖୁବ ଶୀଘ୍ର ଆସିବେ ବୋଲି ବିଧାୟକ କହିଛନ୍ତି । 26 ନମ୍ବର କାଉନସିଲର ମଧ୍ୟ୍ୟ କହିଛନ୍ତି ଗତକାଲି ଯଉ ଘଟଣା ହେଇଥିଲା ତାହା ପାଇଁ ଗୋଟିଏ ମୁକ୍ତିଙ୍କୁ ଡାକି ବିଦ୍ୟାଳୟ କିମିତି ପିଲା ସୁରକ୍ଷିତ ରହିବେ ତାହା ମଧ୍ୟ୍ୟ ଜୁଲଫୁକାର ଅଲି ସବୁଖର୍ଚ୍ଚ କରିଵେ ବୋଲି କହିଛନ୍ତି ତାଙ୍କର ଏହି କାମକୁ ଦେଖି ଅଭିଭାବକ ମାନେ ଧନ୍ୟବାଦ ଦେଇଥିଲେ ଭଦ୍ରକ ବିଧାୟକ ଓ 26 ନମ୍ବର ୱାର୍ଡ଼ କାଉନସିଲର ଜୁଲଫୁକାର ଅଲିଙ୍କୁ।
ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

