Type Here to Get Search Results !

ଧୁତରା ରେଳଷ୍ଟେସନ ସମ୍ମୁଖରେ ଟ୍ରେନରୁ ଖସି ପଡି ଜଣେ ମୃତ

 


ଧୂତୁରା / ଝାରସୁଗୁଡ଼ା :-

ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ର ଲଇକେରା ଥାନା ଅର୍ନ୍ତଗତ ଅର୍ଡା ପଞ୍ଚାୟତ ର ଦକ୍ଷିଣପୂର୍ବ ରେଳପଥରେ ଥିବା ଧୁତରା ଷ୍ଟେସନ ସମ୍ମୁଖ ଡାଉନ ମେନଲାଇନ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝି ୨ନଂ. ପ୍ଳାଟଫର୍ମରେ ଏକ ଅଜଣା ବ୍ୟକ୍ତି ଟ୍ରେନରୁ ଖସିପଡି ମୃତ୍ୟୁ ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ବ୍ୟକ୍ତିଟି ହାଇଦ୍ରାବାଦ ଦରଭଙ୍ଗା ଏକ୍ସପ୍ରେସରେ ବିହାର ଅଭିମୁଖେ ଯାଉଥିବାର ଅନୁମାନ କରାଯାଇଥିଲା । ଘଟଣା ସ୍ଥଳେ ମୋବାଇଲ ଖୋଳ , ଏୟାର କର୍ଡ , ସବୁଜ ରଙ୍ଗର କେନଭାସ ଜୋତା ପଡି ରହିଥିଲା । ବ୍ୟକ୍ତି ଟିର ବୟସ ପାଖାପାଖି ୪୦ ବର୍ଷ ହେଉଥିବାର ଅନୁମାନ କରାଯାଇଥିଲା । ଘଟଣାସ୍ଥଳକୁ ରେଳୱେପୋଳିସ ପହଞ୍ଚି ତଦନ୍ତ ଆରମ୍ବ କରିଥିଲେ।  

ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.