ବରଗଡ଼:-
ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଳକ ର କୁଧରେନପାଲି ବିଦ୍ୟାଳୟ ରେ ନେହେରୁ ଯୁବା କେନ୍ଦ୍ର,ବରଗଡ଼ ତରଫରୁ ସ୍ବଚ୍ଛତା ପଖୱଡା କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରତିଯୋଗିତା ତାରିଖ ୬.୮.୨୨ଦିନ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ର ଅଧ୍ୟକ୍ଷ ବୃଷଭ ସାହୁ, ନେହେରୁ ଯୁବା କେନ୍ଦ୍ର ସଦସ୍ୟ ବିଜୟ ହୋତା, ଶିକ୍ଷକ ରୋଷନ ବନିଆ, ପଦ୍ମିନୀ ଗଡତିଆ ତଥା ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବଚ୍ଚ ପରିବେଶ ପାଇଁ ଛାତ୍ର ଛାତ୍ରୀ ମାନଙ୍କ କର୍ତ୍ତବ୍ୟ କ’ଣ ହୋଇପାରେ ଆଲୋଚନା ହୋଇ ଥିଲା ଏବଂ ଏହି ସ୍ବଚ୍ଛତା ପଖୱଡା ର ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷକ ରୋସନ ବନିଆଁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବରଗଡ଼ ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

