Type Here to Get Search Results !

ପାଣି ରେ ବୁଡି ଆଠ ବର୍ଷ ର ନାତି ସାଙ୍ଗେ ଜେଜେ ବାପା ଙ୍କ ମୃତ୍ୟୁ


କୋଷାଗୁମୁଡ଼ା :-

 ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମା କୁ ଲାଗି ରହିଥିବା କାନାଗୁଡା ଗ୍ରାମ ଠାରେ ସୂଚନା ଯୋଗ୍ୟ ଯେ କାନାଗୁଡା ଗ୍ରାମ ର ଲବ ହିଆଲ ଓ ନାତି ୟସ ହିଆଲ୍ ଛଚାନକଟ୍ ଗ୍ରାମ ରେ ରହିଥିବା ନିଜ ଜମିକୁ ହଳ କରିବାକୁ ଯାଇଥିଲେ। ଜେଜେ ଲବ ହିଅଲ୍ ହଳ କରିସାରି ପାଖ ରେ ଥିବା ବନ୍ଧ କୁ ହାତ ଗଡ ଧଇବା ସହିତ ଗାଈ ମାନଙ୍କୁ ଗାଧୋଇ ଦେବାକୁ ନେଇଥିଲେ । ଜେଜବାପା ବନ୍ଧ ମୁଁହ ରେ ଗାଧଉଥିାବା ବେଳେ ୟସ୍ ଗାଈ ମାନଙ୍କୁ ଗାଧୋଇ ବା ପାଇ ବନ୍ଧ ପାଖକୁ କୁ ନେଇଥିଲେ । ହେଲେ ଗାଈ ମାନେ ବନ୍ଧ ଭିତର କୁ ଯିବା ହେତୁ ୟାସ୍ ଗାଈ ମାନଙ୍କ ପଛ ପଛ ବନ୍ଧ ଭିତରକୁ ଯାଇ ଗଭୀର ପାଣି ଭିତରେ ବୁଡ଼ି ଯାଇଥିବା ଦେଖିବାକୁ ପାଇ ତାଙ୍କ ଜେଜେ ୟାସ କୁ ପାଣି ଭିତରୁ ବାହାର କରିବାକୁ ଯାଇ ନିଜେ ମଧ୍ୟ ବୁଡି ଯାଇଥଲେ I ଏହି ଘଟଣା ର ଖବର ପାଇ ତୁରନ୍ତ କୋଷାଗୁମୁଡ଼ା ଅଗ୍ନିଶମ କର୍ମଚାରୀ ଓ କୋଷାଗୁମୁଡ଼ା ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଥମେ ୟସ୍ ର ମୃତ ଦେହ କୁ ଉଧାର କରିଥିଲେ ଓ ପରେ ବହୁ ଖୋଜା ଖୋଜି କରି ଲବ ହୀଆଲ ଙ୍କ ମୃତ ଦେହ କୁ ମଧ୍ୟ ପାଣି ଭିତରୁ ଠାବ କରି ଉଧାର କରିଥିବା ଦେଖିବାକୁ ମିଳିଛି। ବର୍ତମାନ କୋଷାଗୁମୁଡ଼ା ପୋଲିସ ଉଭୟ ଜେଜେ ଓ ନାତି ର ମୃତ ଦେହ କୁ ବ୍ୟବଚ୍ଛେଦ କରିବା ପାଇ କୋଷାଗୁମୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପୋଠାଇ ଥିବା ଦେଖିବାକୁ ମିଳିଛି।ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.