ମହାକାଳପଡ଼ା :-
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳ ଅଧୀକାରୀ ବିଭାଗୀୟ ନିର୍ଦ୍ଦେଶ ମତେ ଜଙ୍ଗଲ ଜମି ସୁରକ୍ଷା ନେଇ ଅଧିକାଂଶ ସମୟରେ ତପ୍ତରତା ଦେଖାଇଛନ୍ତି । .ଯାହା ନେଇ ଶୁକ୍ରବାର ଦିନ ବତୀଘର ବନପାଳ କାର୍ଯ୍ୟାଳୟ ଅନ୍ତର୍ଗତ ବତୀଘର ପଂଚାୟତସ୍ଥ ଯୋଗୀଧାନକୁଦ ଅଞ୍ଚଳ ରେ ସ୍ଥାନୀୟ ପ୍ରଶାସନ ସହାୟତାରେ ବିଭାଗୀୟ ଜମିରେ ଥିବା 115ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଛି ବନବିଭାଗ । ଚିଙ୍ଗୁଡ଼ି ଚାଷୀଙ୍କ କବ୍ଜାରୁ ବେଆଇନ ଦଖଲ ହଟାଇ ବିଭାଗୀୟ କର୍ତ୍ତୃପକ୍ଷ ବନିକରଣ ଲକ୍ଷ୍ୟ ରଖିଥିବାର ଜଣାପଡିଛି । ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଭାବେ ମହାକାଳପଡ଼ା ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ, ଜମ୍ବୁ ସାମୁଦ୍ରିକ ଥାନା ସବଇନ୍ସପେକ୍ଟର ରବୀନ୍ଦ୍ର କୁମାର ଭଦ୍ର ଓ ସହଯୋଗୀ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏତଦ ବ୍ୟତୀତ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜି ଚରଣ ବିଶ୍ୱାଳ, ବତୀଘର ବନପାଳ ସଞ୍ଜୟ କୁମାର ପ୍ରଧାନ ଙ୍କ ସମେତ ଜମ୍ବୁ ଓ ବତୀଘର ବନପାଳ କାର୍ଯ୍ୟାଳୟ ର ଫରେଷ୍ଟ ଗାର୍ଡ ଓ ୱାଚର ମାନେ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ବ୍ୟୁରୋ ନିରଞ୍ଜନ ଓଝା ଙ୍କ ରିପୋର୍ଟ

