ପଦ୍ମପୁର :-
ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପୃଥିରାଜ ସାହୁ ସ୍ଥାନୀୟ ସଭାପତି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ମୁଦିରଥ ଗୁରୁଜୀ ଙ୍କ ପୌରହିତ୍ୟ ରେ ଶ୍ରୀକୃଷ୍ଣ ପୂଜନୋତ୍ସବ କରାଯାଇଥିଲା ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଚିତ୍ରା ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ କଲ୍ୟାଣୀ ମିଶ୍ର ଗୁରୁମା ଶ୍ରୀକୃଷ୍ଣ ଙ୍କ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଜନକଲାଲ ମେହେର ସ୍ଥାନୀୟ ସମ୍ପାଦକ ଓ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ଯୋଗଦେଇ ଥିଲେ। ପରେପରେ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶ୍ରୀକୃଷ୍ଣ ଙ୍କ ଧୂନ, ଭଜନ ର ତାଳେତାଳେ ରାଧା କୃଷ୍ଣ ବେଶଧାରୀ ଶିଶୁ ମାନଙ୍କୁ ଦୋଳିଝୁଲନ କରାଯାଇଥିଲା ।ପରିଶେଷରେ ସ୍ଥାନୀୟ ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

