ବଲାଙ୍ଗୀର :-
" ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ" ଚଳିତ ଖରିପ ରୁତୁ ରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଥିବା ଯୋଗୁଁ ଚାଷ କାମ ପଛେଇ ଯାଇଛି । ଗୋଟିଏ ଚାଷୀ ପାଇଁ ଜୁଲଇ ମାସ ଗୁରୁତ୍ୱ ବହନ କରିଥାଏ । ଚାଷ ପାଇଁ ଏହି ମାସରେ ବର୍ଷା ଅତି ଆବଶ୍ୟକ କରିଥାଏ । ତେବେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ ହୋଇଛନ୍ତି । ଅନ୍ୟପଟେ ମୁନାଫାଖୋର ବ୍ୟବସାୟୀଙ୍କ ଚଢ଼ା ଦରରେ ସାର ବିକ୍ରୀ ଯୋଗୁଁ ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି । ସୁଚନାରୁ ଜଣାଯାଇଛି ଯେ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ କୁସମେଲ ଗ୍ରାମ ରେ ଓ ପଂଚାୟତ ଓ ଏହାର ଆଖପାଖ ଅଂଚଳରେ ସାରର କଳାବଜାରୀ ଯୋଗୁଁ ଚାଷୀ ମାନେ ଅଯଥା ଖର୍ଚ୍ଚାନ୍ତ ହେଉଥିବା ଜଣାପଡିଛି । ଏହି କୁଶ ମଲେ ଗ୍ରାମ ରେ ଓ ପଂଚାୟତର ବହୁ ମାତ୍ରାରେ ଅନେକ ସ୍ଥାନରେ ନକଲି ସାର ଓ କୀଟନାଶକ ଔଷଧ ମିଳୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅନେକ ବ୍ୟବସାୟୀ ବିନା ଲାସଇସେନ୍ସ ରେ ଖୋଲାଖୋଲି ଭାବରେ ସାର ବିକ୍ରୟ କରି ଚାଷୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ସାର ବିକ୍ରୟ କରୁଥିବା ହୋଲ୍ସେଲର ଓ ଜିଲ୍ଲା କୃଷି ଅଧିକାରୀ ଙ୍କ ମନୋମୁଖୀ କାରବାର ଚାଷୀକୂଳ ଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି । ଏ ବିଷୟରେ ଆମେ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ବିନା ପଂଜିକରଣରେ ସାର ବିକ୍ରୟ କରୁଥିବା ସାର ବେପାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ସୁନ । ଚାଷୀ ମାନଙ୍କୁ ନ୍ୟାୟ ମିଲୁଛି ନା ନାହିଁ?ଦେଖିବାର ବାକି ରହିଲା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

