Type Here to Get Search Results !

ଭୋଟର ତାଲିକା ସଂଶୋଧନ ନେଇ ପଞ୍ଜୀକରଣ କାର୍ଯ୍ୟକ୍ରମ ବଲାଙ୍ଗିର ଆରମ୍ଭ


 ବଲାଙ୍ଗିର :-

ସୋମବାରଠାରୁ ଭୋଟର ତାଲିକାରେ ସଂଶୋଧିତ ରୂପାନ୍ତରିତ ପଞ୍ଜୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏ ସମ୍ପର୍କରେ ଏଡିଏମ ତଥା ଅତିରିକ୍ତ ଜିଲା ନର୍ବାଚନ ଅଧିକାରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଆଇସି ଫାଲଗୁନୀ ଶବର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ସମ୍ମିଳନୀ କକ୍ଷଠାରେ ଉପସ୍ଥିତ ଥିଲେ। ଏହି ବୈଠକରେ ନୂତନ ଭୋଟର ପଞ୍ଜୀକରଣ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦରଖାସ୍ତ, ନାମ ବାଦ୍‌ ଦିଆଯିବା, ବର୍ତ୍ତମାନ ଠାରୁ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ନୂତନ ଭୋଟର ପଞ୍ଜୀକରଣ କରାଯାଇପାରିବ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.