Type Here to Get Search Results !

ଖଲ୍ଲିକୋଟ ରାଣୀ ଙ୍କ ଜନ୍ମ ଦିବସ ଅବସରରେ ମେଗା ରକ୍ତଦାନ ଶିବିର ଓ ବୈଠକ ଅନୁଷ୍ଠିତ


ଖଲ୍ଲିକୋଟ :-

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଣସାହେବା ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଭି. ସୁଜ୍ଞାନୀ କୁମାରୀ ଦେଓ ଙ୍କ 85 ତମ ଜନ୍ମ ଦିବସ ଅବସରରେ ବିଧାୟିକା ଲତିକା ପ୍ରଧାନ ଙ୍କ ସଂଯୋଜନା ରେ ବେଗୁନିଆପଡା ବ୍ଲକ ଏସ. ଛଚିନା ଠାରେ ମେଗା ରକ୍ତଦାନ ଶିବିର ଓ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଶେଷରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ର ଶତାଧିକ ଜନସାଧାରଣ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରି ବିଧାୟିକା, ବ୍ରହ୍ମପୁର ମହାନଗର ମେୟର, ବେଗୁନିଆପଡା ବ୍ଲକ ଅଧ୍ୟାକ୍ଷା, ଉପାଧ୍ୟକ୍ଷ ଓ କବିସୂର୍ଯ୍ୟନଗର ଏନଏସି ର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତିସଭ୍ୟ ଓ ବହୁ ଆଗଧାଡିର ନେତା ଉପସ୍ଥିତ ରହିଥିବା ବେଳେ ଗତକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟ ରେ ବିଜେଡି ରେ ବିଧିବଦ୍ଧ ଭାବେ ଯୋଗ ଦେଇଥିବା ପୂର୍ବତନ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡା ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ଭାର୍ଦ୍ଧନା କରାଯଇଥିଲା ।

ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.