Type Here to Get Search Results !

ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ସାମିଲ ହୋଇ ଛନ୍ତି ସରକାରୀ ଶିକ୍ଷକ


ପୁରୀ :-

 ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କୁ ଦିଆଯାଉଥିବା ଜବ୍ କାର୍ଡ ଶିକ୍ଷକ ନେଉଥିବା ଜଣାପଡ଼ିବା ପରେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବେରବୋଇ ଗ୍ରାମପଞ୍ଚାୟତର ବାସିନ୍ଦା ଡମ୍ବରୁଧର ଦଳାଇ ପେଷାରେ ଜଣେ ଶିକ୍ଷକ। ନିଶାରେ ଜଣେ ରାଜନୈତିଙ୍ଗ୍ଯ। ଜଣେ ସରକାରୀ ଶିକ୍ଷକ ହୋଇ କିପରି ହାତେଇଲେ ଗରୀବ ଙ୍କ ଯୋଜନା ଯାହାକୁ ନେଇ ଏବେ ବିରୋଧରେ ଜୋର ଧରିଛି। ଜବ୍ କାର୍ଡ ରହିଥିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏଠି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ସରକାରୀ ଶିକ୍ଷକ ଭାବରେ କାମ କେତେବେଳେ କରୁଛନ୍ତି ଓ ଜବ୍ କାର୍ଡ ଯୋଜନା ରେ ଦିନ ମଜୁରିଆ ଭାବେ କେତେବେଳେ କାର୍ଯ୍ୟ କରୁଛନ୍ତି। କଣ ସରକାରଙ୍କ ଠାରୁ ପାଉଥିବା ଦରମା କମ୍ ହେଉଛି ବୋଲି ପ୍ରଶ୍ନ ଉଠୁଥିବା ବେଳେ। ଅନ୍ୟପଟେ ବ୍ଲକ ଶିକ୍ଷାଧିକାରୀ ଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ।

ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.