ଚମ୍ପୁଆ :-
ମିରିଂସିଙ୍ଗା ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପ କୁ ବିଜୁଳି ସଂଯୋଗ ଦେବାରେ ଚମ୍ପୁଆ ବିଜୁଳି ବିଭାଗ ର ଅବହେଳା ଅଭିଯୋଗ ନେଇ ଆଜି କିଛି ଚାଷୀ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ମିରିଂସିଙ୍ଗା ଗ୍ରାମରେ ଚମ୍ପୁଆ ଉଠା ଜଳସେଚନ ବିଭାଗ ପକ୍ଷ ରୁ ଏକ ପ୍ରକଳ୍ପ ତିଆରି ହୋଇଛି। ଏହି ପ୍ରକଳ୍ପ କୁ ବିଜୁଳି ସଂଯୋଗ ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଜୁଳି ବିଭାଗ ପକ୍ଷରୁ ସେଥିରେ ମିଟର ଲଗାଯାଇ ନାହିଁ। ମିରିଂସଙ୍ଗା ଗ୍ରାମର ଚାଷୀ ମାନେ ଗତ ବର୍ଷ ସେଥିରେ ଖରାଟିଆ ଚାଷ ମଧ୍ୟ କରିଥିଲେ। ତେବେ ପରେ ବିଦ୍ୟୁତ ବିଭାଗ ଦ୍ଵାରା ସେଥିରେ ମିଟର ଲାଗିନାହିଁ ବୋଲି ଆଳ ଦେଖାଇ ସେହି ସଂଯୋଗ କୁ କାଟି ଦିଆଯାଇଛି। ଏ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଆଜି ଚାଷୀ ମାନେ ଖରାଟିଆ ଚାଷ ବାବଦ ବିଲ ପ୍ରଦାନ ପୂର୍ବକ ସେହି ବିଦ୍ୟୁତ ସଂଯୋଗ କୁ ଚାଲୁ କରିବାକୁ ବିଦ୍ୟୁତ ବିଭାଗ କୁ ଗୁହାରୀ କରିବାକୁ ଆସିଥିବା ବେଳେ ବିଦ୍ୟୁତ ବିଭାଗ ବିଭିନ୍ନ ପ୍ରକାର ଆଳ ଦେଖାଇ ସେହି ବିଦ୍ୟୁତ ସଂଯୋଗ ଦେବାକୁ ମନା କରୁଛନ୍ତି। ସାରା ରାଜ୍ୟ ରେ ଏବେ ମରୁଡି ପରିସ୍ଥିତି ଦେଖା ଦେବାର ସମ୍ଭାବନା ଥିବା ବେଳେ ଉଠା ଜଳସେଚନ ପ୍ରକଳ୍ପ ରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗ ର ଟାଳଟୁଳ ନୀତି ଚାଷୀ ମାନଙ୍କର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି।
କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

