Type Here to Get Search Results !

ବ୍ଳକ ଶିକ୍ଷା ଅଧିକାରୀ ଙ୍କ ବିଦ୍ୟାଳୟ ପରିଦର୍ଶନ

 


ବରଗଡ଼ :-

ବରଗଡ଼ ମ୍ୟୁନିସିପାଲଟି ଅଧିନସ୍ଥ ପ୍ରଧାନ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବରଗଡ଼କୁ ବରିଷ୍ଠ ବ୍ଳକ ଶିକ୍ଷା ଅଧିକାରୀ,ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟା ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ଅଧ୍ଯୟନରତ ଛାତ୍ରଛାତ୍ରୀମାନଙ୍କର ଲିଖନ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ବ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟ ତରଫରୁ ଅଣାଯାଇଥିବା ଦୈନନ୍ଦିନୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ବ୍ଳକ ଶିକ୍ଷା ଅଧିକାରୀ ମହୋଦୟା ଦୈନନ୍ଦିନ ଡାଏରୀ ବଣ୍ଟନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ।

ନରହରି ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.