ଚାନ୍ଦବାଲି :-
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ରେ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ପଞ୍ଚାୟତ ର ଦଳୀୟ କାର୍ଯ୍ୟାଳୟ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନୂତନ କାର୍ଯ୍ୟାଳୟ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟକ ଙ୍କ ସମେତ ବିଜେଡି ଯୁବ ସଭାପତି ରଞ୍ଜନ ସାହୁ, ବ୍ଲକ ସଭାପତି ଦ୍ଵିଜବର ରାଉତ, ଜିଲ୍ଲା ଉପସଭାପତି ପ୍ରତାପ ଧଳ,ପଞ୍ଚାୟତ ସଭାପତି ଉପେନ୍ଦ୍ର ଭୋଇ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ନଳଗୋହିରା ପଞ୍ଚାୟତ ରେ ଏକ ଦଳୀୟ କାର୍ଯ୍ୟାଳୟ ନଥିବାରୁ ଦଳୀୟ ଲୋକ ବହୁ ହଇରାଣ ହେବା ସହ ଦଳୀୟ ସଭା ସମିତି ପାଇଁ ଅସୁବିଧା ହେଉଥିଲା । ଏବେ ଏହି ନୂତନ କାର୍ଯ୍ୟାଳୟ ପ୍ରତ୍ୟେକ ଦିନ ଖୋଲା ରହିବା ସହ ଦଳୀୟ ଲୋକ ମାନଙ୍କ କଥା ଶୁଣାଯିବ ବୋଲି ବିଦ୍ୟାଳୟ ପ୍ରକାଶ କରିଛନ୍ତି ।ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ

