Type Here to Get Search Results !

ଅବକାରୀ ଚଢାଉ: ୩୬୦ ଲିଟର ମଦ ଜବତ ୪୦୦୦ କେଜି ପୋଚ ନଷ୍ଟ

 


ଚମ୍ପୁଆ :- 

ଚମ୍ପୁଆ ଓ ଝୁମ୍ପୁରା ଅବକାରୀ ବିଭାଗ ଆଜି ମିଳିତ ଭାବେ ଚଢାଉ କରି ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ତଦୁଆ ବାହାଲ , ସିରିଆ ବାହାଲ, ସିଲଡିହ ଓ ମୁରୁସୁଆଁ ଗ୍ରାମରେ ଚଢାଉ କରି ୩୬୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ବେଳେ ମଦ ପ୍ରସ୍ତୁତି ପାଇଁ ରଖା ଯାଇଥିବା ୪୦୦୦ କେଜି ମହୁଲ ପୋଚ କୁ ନଷ୍ଟ କରିଛନ୍ତି। ଅବକାରୀ ବିଭାଗ ଅଧିକାରୀ ଗୋବିନ୍ଦ ନାଏକ, ସରିତା ବେହେରା, ଜନାର୍ଦନ ପଲେଇ ଓ ଅନ୍ୟ କର୍ମଚାରୀ ମାନେ ମିଲିତ ହୋଇ ଏହି ଚଢଉ କରିଥିଲେ। ଏହି ଚଢ଼ାଉ ରେ କେହି ଗିରଫ ହୋଇ ନ ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଏକ ଦର୍ଜନ ରୁ ଅଧିକ ମଦ ପ୍ରସ୍ତୁତି ପାଇଁ ତିଆରି କରାଯାଇଥିବା ଚୁଲା ନଷ୍ଟ କରାଯାଇଥିବା ସହ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.