ରାଜସ୍ଥାନ :-
ବର୍ତ୍ତମାନ ର ବଡ଼ ଖବର ଆସି ପହଞ୍ଚିଛି। MiG-21 ଲଢୁଆ ବିମାନ ଦୁର୍ଘଟଣା ପରେ ଜଳିଯାଇଥିବା ସୂଚନା ମିଳିଛି। ବାୟୁସେନା ରେ ଏହି ଯୁଦ୍ଧ ବିମାନ ଦୁର୍ଘଟଣା ର ଶିକାର ହେବା ସହ ଜଳି ଯାଇଥିବା ସୂଚନା ଆମ ହସ୍ତଗତ ହୋଇଛି। ରାଜସ୍ଥାନ ବାଡମେର ଜିଲ୍ଲାରେ ବାୟୁସେନା ର ଏହି ବିମାନ ଟି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାସ୍ଥଳରୁ ଅଧ କିଲୋମିଟର ଯାଏଁ ବିମାନର ଭଗ୍ନାବଶେଷ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ, ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ, ବିମାନ ପାଇଲଟ ଦୁଇ ଜଣ ଥିବା ଏ ପର୍ଯ୍ୟନ୍ତ ସୂଚନା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

