ଝାରସୁଗୁଡ଼ା :-
ଆସନ୍ତା ଅଗଷ୍ଟ ମାସର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସକାଶେ ତାରିଖ ସ୍ଥିରୀକୃତ ହୋଇଛି । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏହି ଜନ ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବେ । ଆସନ୍ତା ଅଗଷ୍ଟ ୧ତାରିଖ(ସୋମବାର) ଦିନ ଜିଲ୍ଲା ମୁଖ୍ୟାଳୟଠାରେ ମହାସମାଧାନ ଶିବିର ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୮ ତାରିଖ (ସୋମବାର ) ଲଖନପୁର ବ୍ଲକ , ଅଗଷ୍ଟ ୧୬ ତାରିଖ (ମଙ୍ଗଳବାର ) କୋଲାବିରା ବ୍ଲକ , ଅଗଷ୍ଟ ୨୨ତାରିଖ (ସୋମବାର) ଲଇକେରା ବ୍ଲକ ଓ ଅଗଷ୍ଟ ୨୯ତାରିଖ ( ସୋମବାର ) କିର୍ମିରା ବ୍ଲକ ମୁଖ୍ୟାଳୟଠାରେ ଠାରେ ଜନ ଅଭିଯୋଗ ଶୁଣାଣି କରାଯିବ । ଜନସାଧାରଣ ଧାର୍ଯ୍ୟ ତାରିଖରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ଦାଖଲ କରିପାରିବେ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

