ଝାରସୁଗୁଡ଼ା :-
ଆସନ୍ତା ଅଗଷ୍ଟ ୧, ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପାଳନ ହେବାକୁ ଯାଉଛି "ସମ୍ବଲପୁରୀ ଦିନ "। ଗୁରୁ ସ୍ବର୍ଗତ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିବସକୁ ସମ୍ବଲପୁରୀ ଦିନ ରୂପେ ପାଳନ କରାଯାଏ। ଗତ ଦୁଇ ବର୍ଷ ଧରି କରୋନ। ପାଇଁ ଏହି ଉତ୍ସବ ସୀମିତ ଥିବା ବେଳେ ବର୍ତମାନ ଏହାକୁ ଧୁମ୍ ଧାମ ରେ ପାଳନ କରିବା ପାଇଁ ଜୋର୍ ସୋର ରେ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଏବେ ସମଗ୍ର ପଶ୍ଚିମ ଓଡ଼ିଶା ହୋଇ ଉଠିଛି ଚଳଚଞ୍ଚଳ। ଅନ୍ୟପଟେ ପରିଧାନ କୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍ ରୋମଞ୍ଚାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳୁଛି। ସମ୍ବଲପୁରୀ କପଡା, ଶାଢ଼ୀ ଦୋକାନରେ ପ୍ରବଳ ଭିଡ଼ ଦେଖା ଯାଉଥିବା ବେଳେ କିଛି ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କ ଦ୍ଵାରା ୧ ଅଗଷ୍ଟ ରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟ ଯିବାକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି।
ବିଶେଷ କରି ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ଏ ନେଇ ପତ୍ର ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ଅବଗତ କରି ସାରିଛନ୍ତି। ଅନ୍ୟ ପକ୍ଷରେ ଝାରସୁଗୁଡ଼ା ଜିଲ୍ଲାରେ ଏ ନେଇ କୌଣସି ଜିଲ୍ଲାପାଳ ଙ୍କ ଦ୍ଵାରା ନିର୍ଦ୍ଦେଶ ନଥିବା ଯୋଗୁଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅତିଶୀଘ୍ର ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଆଦେଶନାମା ବାହାର କରନ୍ତୁ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ, ବିଭିନ୍ନ ସଙ୍ଗଠନ ଓ ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ


