Type Here to Get Search Results !

ପଦ୍ମପୁର ଉପଖଣ୍ଡ ସମ୍ପୁର୍ଣ୍ଣ ବନ୍ଦ,,HDFC ବୀମା ଦାବିରେ କୃଷକ ସଂଗଠନର ଅନ୍ଦୋଲୋନ


ବରଗଡ :-

 ଏଚଡିଏଫସି ବୀମା କମ୍ପାନୀ ର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ କୂଳ ସହ ଛକାପଞ୍ଝା ଖେଳ ଏବଂ ଫସଲ ବୀମା ଆଇନ କୁ ଉଲଘ୍ନ କରୁଥିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି ସକାଳ ୬ଘଣ୍ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପଦ୍ମପୁର ସବଡିଭିନ ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ମିଳିଛି। ଏହି ଆନ୍ଦୋଳନ କୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି ଏବଂ ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଥିବାର ଜଣାଯାଏ । ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାନ ବାହନ ଅଟକି ରହିଛି ।ମାଣ୍ଡୋସିଲ ଠାରୁ ବିଜେପୁର, ପାଇକମାଳ, ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ସୋହେଲା ଏପରି କି ବରଗଡ ଜିଲ୍ଲା ର ବହୁ ଗୁଡ଼ାଏ ବ୍ଳଳ ରେ ବନ୍ଦ ପାଳନ ର ପ୍ରଭାବ ରହିଛି ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.