ଭୁବନେଶ୍ୱର :-
ସ୍ଥାନୀୟ ପାତ୍ରପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଦିନିକିଆ କମୁନିଟୀ ଟେବୁଲ୍ ଟେନିସ୍ ଲଞ୍ଚ ଇଭେଣ୍ଟ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରେକ୍ ର୍ଥୋ ଇଣ୍ଡିଆ ର ଓଡିଶା ଡିରେକ୍ଟର ରୁକୁମଣୀ ପଣ୍ଡା ଯୋଗଦାନ କରି ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଦିପକ ତ୍ରାମା,ଅନୁଚ୍ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟୁନାମେଣ୍ଟେ ର ମୁଖ୍ୟ ଆୟୋଜକ ରହି ଥିଲେ ପ୍ରୋସପୋର୍ଟ ଡେବ୍ଲମେଣ୍ଟ୍ । ଟୁନାମେଣ୍ଟର୍ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ସମାଜ ରେ ପୁଅ ଝିଅ ମଧ୍ୟରେ ଯୋଉ ଭେଦଭାବ ରହିଛି ତାହା କିପରି ଦୁରହୋଇ ପାରିବ, ଏବଂ ଶାରିରୀକ ଓ ମାନସିକ ସ୍ତରରେ କିପରି ବିକାଶ ହୋଇପାରିବ। ଓ ଲିଙ୍ଗବଧ ସମାନତା ଆଣିପାରିବ ବୋଲି ଏହି ପି.ସ୍.ଡି ର ଲକ୍ଷ ରହିଥିଲା। ଏହି କାର୍ଯ୍ୟକ୍ରମ ଇଣ୍ଟର ନାସାନାଲ ଟେବୁଲ୍ ଟେନିସ୍ ଫ୍ରେଡେନେସନ୍ I ଟି.ଟି.ଫ୍ ସହାୟତା ରେ ପି.ସ୍.ଡି ଏହି ଟୁନାମେଣ୍ଟ୍ ଆୟୋଜନ କରିଥିଲା।ଏହି ଟୁନାମେଣ୍ଟ ରେ ଚାରଟି ସ୍କୁଲ ର ସମୁଦାୟ ୪୦ଜଣ ଛାତ୍ର ଛାତ୍ରୀ ଅସଂଗ୍ରହଣ କରିଥିଲେ। ପ୍ରତ୍ୟେକଟି ସ୍କୁଲ ରୁ ଦଶ ଜଣ ଲେଖାଏଁ ଛାତ୍ରଛାତ୍ରୀ ଅସଂଗ୍ରହଣ କରିଥିଲେ। ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଡୁମ୍ ଡୁମା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାତ୍ର ପଡ଼ା, ବିଣାଭାରତୀ ଶିଶୁ ବିଦ୍ୟା ମନ୍ଦିର ଭରତପୁର, ବିବେକାନନ୍ଦ ସ୍କୁଲ ଅଫ୍ ଫ୍ରେଣ୍ଡ୍ ଗ୍ରାଲ୍ ଏଯୁକେସନ ବଡ଼ ରଘୁନାଥ ପୁର। ପ୍ରଥମ ପର୍ଯ୍ୟାୟରେ ସିଙ୍ଗଲ ବାଳିକା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଝରଣା ପ୍ରଧାନ ବିଣାଭାରତୀ ବିଦ୍ୟା ମନ୍ଦିର ଭରତପୁର ଛାତ୍ରୀ, ବାଳକ ବିଭାଗରେ ଦିପ୍ ରାଜ ଦାସ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ମିସ୍ ଡବଲ ରେ ବିଜେତା ହେଲେ ଶୋମିଆ ଶ୍ରୀ ସାହୁ , ଆଦିତ୍ୟ କୁମାର ସାହୁ ପ୍ରମୁଖ ବିଜୟୀ ଲାଭ କରିଥିଲେ। ଏଭଳି ଏକ ଇଭେଣ୍ଟ ର ଆୟୋଜନ ହୋଇଥିବାରୁ ଆଖ ପାଖ ଅଞ୍ଚଳର ଚର୍ଚା ର ବିଷୟ ପାଲଟିଛି।ବ୍ୟୁରୋ ରିପୋର୍ଟ

