ବନ୍ଧବାହାଲ :-
ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ବନ୍ଧବାହାଲ ଲଷ୍ମୀ ମାର୍କେଟ ରେ ଏକ ଜୁଆ ଅଡ୍ଡା ରେ ପୋଲିସ ଚଡାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ସୁନ୍ଦରଗଡ ଜିଲ୍ଲା ବଣେଇ ର ହିମାନ୍ଦ୍ର ପ୍ରଧାନ ଏବଂ ରାଉରକେଲା ବାସନ୍ତୀ କଲୋନୀ ର ରୋହିତ ସୁନା ବୋଲି ଜଣା ପଡିଛି। ଏଇ ଦୁହି ଜଣ ବ୍ୟକ୍ତିଙ୍କ ଠୁ ଜବତ ହୋଇଛି 24540 ଟଙ୍କା ଓ ଜୁଆ ସାମଗ୍ରୀ,ମୋବାଇଲ, କାଲକୁଲେଟର, ଖାତା। ଏ ନେଇ ବନହରପାଲି ପୋଲିସ କେଶ ନମ୍ବର 151/22 ଏକ ମାମଲା ୠଜୁକରି ବ୍ୟକ୍ତି ଦ୍ୱୟ ଙ୍କୁ କୋର୍ଟ ଚାଲାଣ କରିଛି। ଝାରସୁଗୁଡା ଲଖନପୁର ରୂ ସମୀର ଙ୍କ ରିପୋର୍ଟ

