ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛି ED । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ବାଜ୍ୟାପ୍ତି କଲା ED। RBI ଓ NSEI ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦେଇଛି ED।
ପ୍ରଭାତ ନୋଇଡ଼ାରେ ମିଡ଼ିଆ ଗ୍ରୁପ୍ ନାମକ ସଂସ୍ଥା ଖୋଲି ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଆଜି ED ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପ୍ରଭାତ ଙ୍କ କହିବା ଅନୁଯାୟୀ ସେ RBI ନିକଟରେ ୨୫ ଲକ୍ଷ୍ୟ ଟଙ୍କା ଜମା ଦେଇଥିବା ବେଳେ ଏହି ୩ କୋଟି ୯୨ ଲକ୍ଷ୍ୟ ଟଙ୍କା ବ୍ୟାଙ୍କ୍ ଲୋନ କରିଥିଲେ। ତେବେ ED ପକ୍ଷରୁ ଅଧିକ ଯାଞ୍ଚ ଚାଲିଛି। ବ୍ୟୁରୋ ରିପୋର୍ଟ


