କଣିହାଁ /ପବିତ୍ର ନଗର :-
ପବିତ୍ର ନଗର୍ ମଣ୍ଡଳ ର ଚତୁର୍ଥ ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ମଣ୍ଡଳ ସଭପତି ପ୍ରହଲାଦ ସାମଲ ଙ୍କ ସଭପତିତ୍ବ ରେ ପରା ବିଲ କଲ୍ୟାଣ ମଣ୍ଡପ ରେ ଅନୁଷ୍ଟିତ ହୋଇଯାଇଛି। ପାର୍ଟି ପକ୍ଷରୁ ଏକ ରାଜନୈତିକ ଚିଠା ପ୍ରସ୍ତାବ ଜିଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ପ୍ରଧାନ ଆଗତ କରିଥିଲା ବେଳେ ଜିଲା ମହିଳା ମୋର୍ଚା ସଭାନେତ୍ରୀ ବସନ୍ତ ମଞ୍ଜରି ପ୍ରଧାନ ସଂକଳନ କରିଥିଲେ। କାର୍ଯ୍ୟ କାରିଣୀ ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ ଚିଠା ପ୍ରସ୍ତାବ କୁ ପ୍ରଶଂସା କରିଥିଲେ। ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ରୂପେ ନିର୍ବାଚିତ କରିଥିବାରୁ ପ୍ରଧାନ ମନ୍ତ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଚାଷୀ ଙ୍କୁ ସାର ଯୋଗାଇବାରେ ସରକାର ବିଫଳ। ଗରିବ ଚାଷୀ ଙ୍କ ପାଖରେ ସରକାରୀ ସହାୟତା ପହଂଚି ପାରୁନାହିଁ। ପ୍ରଧାନମନ୍ତ୍ରୀଙ୍କ କିଷାନ ସମ୍ମାନ ନିଧି ଚାଷୀ ମiନକୁ ମିଳୁନାହିଁ। 39 ଖଣ୍ଡ ଗାଁ ଆଂଶିକ ବୁଡି ଓ 6 ଖଣ୍ଡ ଗାଁ ପୂର୍ଣ୍ଣ ବୁଡି ଗାଁ ଥିଲା ଏବେ ନଦୀ ପାର୍ଶ୍ୱ ର 6 ଗାଁ ନଦୀ ଗର୍ଭ ରେ ଲିନ୍ ହେବା କୁ ବସି ଥିଲା ବେଳ ଲୋକ ପ୍ରତିନିଧି 21 ବର୍ଷ ଧରି ଠକି ଚାଲୁଛନ୍ତି। ଧାନ ର ସହାୟକ ମୂଲ୍ୟ ମୋଦିଜୀଙ୍କ 2040 କରିଥିଲେବି ଚାଷୀ 1100 ଟଙ୍କା ରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଜଳ ସେଚନ ବ୍ୟବସ୍ଥା ନଥିବା ହେତୁ ମରୁଡି ଦେଖା ଦେଲାଣି, ଡାକ୍ତର ଖାନା ରେ ଡାକ୍ତର୍ ନିଯୁକ୍ତି କେବଳ ପ୍ରହସନ ପାଲଟିଛି ବୋଲି ପ୍ରକାଶ କରିଥିଲେ। ଟିପିସିଓଡିଏଲ୍ ବିଦ୍ୟୁତ୍ କମ୍ପାନୀ ଅଘୋଷିତ ବିଦ୍ୟୁତ୍ କାଟ ଓ ଦରବୃଦ୍ଧି କୁ ନିନ୍ଦା କରି ଶୋଷଣ ମନୋବୃତ୍ତି ରୁ କ୍ଷାନ୍ତ ପାଇଁ ଦାବୀ କରିଥିଲେ। ପବିତ୍ର ନଗର ଠାରେ ଏକ ଶୀତଲ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବୀ କରାଯାଇଥିଲା। ପ୍ରଧାନ ମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଯୋଜନା କୁ ପ୍ରସଂଶା କରି ସମସ୍ତ ପାଖରେ କେନ୍ଦ୍ର ସରକାର ଙ୍କ ଯୋଜନା ପହଞ୍ଚିବାକୁ କାର୍ଯ୍ୟ କର୍ତ୍ତା ଙ୍କୁ ପରମର୍ଶ ଦେଇଥିଲେ। ନରେଗା କାମ ରେ ବ୍ୟାପକ ଦୁର୍ନୀତି କୁ ବିଧାୟକ ପ୍ରୋସାହନ ଦେଉଥିବାରୁ ଦୁର୍ନୀତି ବଢିଚାଲିଛି, ବିଧାୟକ ଙ୍କର ସିଲିଂ ତାଳ ପଦi ବ୍ରିଜର ଧୂଆଁ ବାଣ, ଲୋକ ଠିକ୍ ବୁଝିବା ଆରମ୍ଭ କରିଚନ୍ତି। ନବ ନିର୍ବାଚିତ ସମବାୟ ସମିତି ସଭପତି ରଞ୍ଜନ ସାମଲ ଗଣେଶ ମାଝୀ ଙ୍କୁ ଓ ସମସ୍ତ ନିର୍ଦ୍ଦେଶକ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ସଂଯୋଜକ ଚନ୍ଦନ ସ୍ଵରାଜ, ସରପଞ୍ଚ କବିତା ରାଣୀ ପ୍ରଧାନ, ଧରଣୀ ଧର ବେହେରା, ହୃଷୀକେଶ ସାମଲ ସମିତ ସଭ୍ଯ ପ୍ରିୟରଞ୍ଜନ୍ ମହାନ୍ତି ପ୍ରମୂଖ ମଞ୍ଚାସୀନ ଥିଲାବେଳେ ପୂର୍ବତନ ସରପଞ୍ଚ ବିଜଯ ପ୍ରଧାନ ଡମ୍ବରୁ ପ୍ରଧାନ, ମନୋଜ ପ୍ରଧାନ ହିମାଂଶୁ ପାତ୍ର, ପଣ୍ଡିତ ପ୍ରଧାନ ପବିତ୍ର ବେହେରା , ହରେକ୍ରୁଷ୍ନ ପ୍ରଧାନ.,ପ୍ରସନ୍ନ ପ୍ରଧାନ, ସ୍ଵର୍ଣ୍ଣ ମଞ୍ଜରି ବେହେରା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

