Type Here to Get Search Results !

ମିଡ଼ିଆ ଭୟ, ଢେଙ୍କାନାଳ DEO ଙ୍କ ଆଦେଶ ପତ୍ର କୁ ବିଭିନ୍ନ ମହଲରେ ଭର୍ଛନା

 


ଢେଙ୍କାନାଳ :-

ଜଣେ ଛାତ୍ର କିଭଳି ବିଦ୍ୟାଳୟରେ ପାଠ ପଢୁଛ, ଶିକ୍ଷକ ମାନେ ନିଜ କର୍ତ୍ତବ୍ୟ ଠିକ୍ ରୂପରେ ପାଳନ କରୁଛନ୍ତି ନା ନାହିଁ ଏ ସବୁ କୁ ଜଣେ ସାମ୍ବାଦିକ ସମାଜ ସାମ୍ନାକୁ ଆଣିଥାଏ। କିନ୍ତୁ ଗତ ୮ ଜୁଲାଇ ୨୦୨୨, ପତ୍ର ନମ୍ୱର୍ ୧୭୫୫ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଦ୍ଵାରା ପ୍ରଦତ୍ତ ପତ୍ର ଏବେ ଭାଇରାଲ ହେବ ସହ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉକ୍ତ ପତ୍ରକୁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟା ଗୁଡ଼ିକୁ ପ୍ରଦାନ କରାଯାଇଛି। ତେବେ ସେ ପତ୍ର ରେ ଏମିତି କଣ ରହିଛି ଯାହା ଫଳରେ ସମସ୍ତ ସାମ୍ବାଦିକ, ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଆସନ୍ତୁ ଜାଣିବା।


ପତ୍ର ରେ ଉଲ୍ଲେଖ ଅଛି କି," ଯଦି କୌଣସି ବ୍ୟକ୍ତି ସେ ଅବିଭାବକ ହୁଅନ୍ତୁ ବା ଗଣମାଧ୍ୟମ ଯଦି ବିଦ୍ୟାଳୟ ପରିସରକୁ ଯାଇ ପିଲାଙ୍କୁ କିମ୍ବା ଶିକ୍ଷକଙ୍କୁ ଶିକ୍ଷା ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପଚାରନ୍ତି କିମ୍ବା କ୍ୟାମେରା ରେ କଏଦ କରନ୍ତି ତେବେ ସଂପୃକ୍ତ ବିଦ୍ୟାଳୟ ର ମାନବାଧିକାର ଖଣ୍ଡିତ ହୋଇଥିବା ନେଇ ପ୍ରଧାନ ଶିକ୍ଷକ ଉକ୍ତ ବ୍ୟକ୍ତିଙ୍କ ନା ରେ ମାମଲା ରୁଜୁ କରିବେ ।"

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଉକ୍ତ ବିଦ୍ୟାଳୟ ରେ ଠିକ୍ ଭାବରେ ପାଠପଢ଼ା ନ ହେଉଥାଏ ତେବେ ଅଭିଭାବକ ମାନେ କିଭଳି ଜାଣି ପାରିବେ ? ଉକ୍ତ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ସାମ୍ବାଦିକ ମାନଙ୍କୁ ଏତେ ଭୟ କାହିଁକି ଯଦି ଉକ୍ତ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଠିକ୍ ରୂପରେ ଚାଲିଛି ତେବେ ? ଏଭଳି କଲେ ଯଦି ମାନବାଧିକାର ସଂପୃକ୍ତ ବିଦ୍ୟାଳୟ ର କ୍ଷୁର୍ଣ୍ଣ ହେଉଛି ତେବେ ଜିଲ୍ଲା ଶିକ୍ଷାଧିକାରୀ ଦେଶର ସମ୍ବିଧାନ ଧାରା ୧୯- କ ବିଷୟରେ ଜାଣି ନାହାନ୍ତି କି , ଯେଉଁଥିରେ ପ୍ରତି ନାଗରିକ ଙ୍କୁ ସମ୍ବିଧାନ ବିନା ବାଧାରେ କହିବା, ଶୁଣିବା ମତବ୍ୟକ୍ତ କରିବା ଅଧିକାର ଦେଇଛନ୍ତି ? ପ୍ରତି ସାମ୍ବାଦିକ ଙ୍କୁ ଖବର ସଂଗ୍ରହ ଏବଂ ପ୍ରଶ୍ନ ପଚାରିବା ଅଧିକାର ଯଦି ଭାରତୀୟ ସମ୍ବିଧାନ ଦେଇଛି ତେବେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ କଣ ସମ୍ବିଧାନ ଠାରୁ ଉର୍ଦ୍ଧ ରେ କି ? 5T ପରିଚାଳିତ ବିଦ୍ୟାଳୟ ରେ କଣ କିଛି ଭୁଲ କାର୍ଯ୍ୟ ହେଉଛି କି ଯାହାକୁ ନେଇ DEO ଏତେ ଭୟଭୀତ? ଏହାଦ୍ବାରା କଣ ସେ ମାନବାଧିକାର ତଥା ସମ୍ବିଧାନ କୁ ଖଣ୍ଡିତ କରୁ ନାହାନ୍ତି କି?

ତେବେ ଉକ୍ତ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅନୁରୋଧ କରିବୁ ପ୍ରଥମେ ସେ ସାମ୍ବିଧାନିକ ଧାରା ଗୁଡ଼ିକ ଭଲ ଭାବରେ ପଢ଼ି ଆଗକୁ କୌଣସି ନିର୍ଦ୍ଦେଶ ପତ୍ର ଜାରି କରନ୍ତୁ। ନଚେତ୍ ସେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହେବେ।

ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.