Type Here to Get Search Results !

ନଈ ମଝିରୁ ଧୀବରକୁ ଟାଣିନେଲା କୁମ୍ଭୀର, ହାତଗୋଡ ବିହିନ ଶବ ଉଦ୍ଧାର


ତିହିଡ :-

ନଈ ମଝିରୁ ଧୀବରକୁ ଟାଣିନେଲା କୁମ୍ଭୀର, ହାତଗୋଡ ବିହିନ ଶବ ଉଦ୍ଧାର। କୁମ୍ଭୀର ଆକ୍ରମଣରେ ଚାଲିଗଲା ଧୀବରର ଜୀବନ। ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ଶିକାର ହେଲେ ଯୁବକ। ମୃତ ବ୍ୟକ୍ତି ଜଣକ ହେଲେ ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ବାରଣାକୂଳ ଗ୍ରାମର ବୁଦ୍ଧିରାମ ମଳିକ। ସୂଚନା ମୁତାବକ, ଗତକାଲି ଅପରାହ୍ନରେ ବାରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସହଯୋଗିଙ୍କ ସହ ମନ୍ତେଇ ନଦୀର ଶାଖା ହୀରାଘାଇ ନିକଟକୁ ମାଛ ଧରିବା ପାଇଁ ଯାଇଥିଲେ।

ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀକୁ ଟାଣି ନେଇଥିଲା। ପରେ ସ୍ଥାନୀୟ ଲୋକେ ଖବର ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରି ନଦୀରୁ କିଛି ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ବୁଦ୍ଧିରାମଙ୍କର ଜୀବନ ଚାଲିଯାଇଥିଲା। ଅଗ୍ନିଶମ ବାହିନୀ ପହଂଚିବା ପରେ ମୃତ ଦେହ ଉଦ୍ଧାର କରାଯାଇଛି। କୁମ୍ଭୀର ଆକ୍ରମଣରେ ବୁଦ୍ଧିରାମଙ୍କର ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। କୁମ୍ଭୀର ତାଙ୍କର ଡାହାଣ ହାତ ଓ ଗୋଡକୁ କାମୁଡି ଛିଣ୍ଡାଇ ଖାଇ ଦେଇଥିବା ଜଣାଯାଇଛି। ତିହିଡି ବ୍ଲକ୍ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.