ତାଳଚେର :-
ତାଳଚେର ଓକିଲ ସଂଘ ମଧୁବାବୁ ସମ୍ମିଳନୀ କକ୍ଷରେ କୋଭିଡ୍-୧୯ ଟିକା ପ୍ରଦାନ ବିତରଣ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ସୂଚନାଥାଉକି, ଏହା ପୂର୍ବରୁ ତା୨୫/୭/୨୦୨୨ ରିଖରେ ମଧ୍ୟ ଏକ କୋଭିଡ୍-୧୯ ଟିକା ବିତରଣ କେନ୍ଦ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସମସ୍ତ ସଭ୍ୟ/ସଭ୍ୟା ଓ ପରିବାର ସଦସ୍ୟ ଜୁଡିସିଆଲ୍ ଷ୍ଟାଫ୍, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟା କର୍ମଚାରୀ ଓ ଆଖପାଖ ଅଂଚଳର ଜନସାଧାରଣ ଟୀକା ନେଇଥିଲେ । ଏହି କେନ୍ଦ୍ରର ସୁପରିଚାଳନା କରିବାରେ ସଂଘର ସଭାପତି ସନ୍ତୋଷ କୁମାର ସାହୁ, ସାଧାରଣ ସଂପାଦକ ଦିନବନ୍ଧୁ ସାହୁ, ଉପସଭାପତି ମାନସ ରଂଜନ ଶତପଥି, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଡିଙ୍ଗରା, ଅଡିଟର ବବିତା ଦାସ, କୋଷାଧ୍ୟକ୍ଷ କରୁଣାକର ନାୟକ, ସହ ସଂପାଦକ ଚିନ୍ମୟ ରାଏ, ସେମିିନାର ସଂପାଦକ ଲଳିତାମଣି ନାଏକ ଓ ସଭ୍ୟ ଅରବିନ୍ଦ ବାରିକ, ଭଗବାନ ଓଝା, ବାଉରୀବନ୍ଧୁ ବେଜ, ରାହାସ ଜେନା ଏବଂ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଆଗାମୀ ଦିନରେ ସଂଘ ତରଫରୁ ତୃତୀୟ କୋଭିଡ୍-୧୯ ଜନିତ କ୍ୟାମ୍ପ କରିବାକୁ ସ୍ଥିର କରି ତାରିଖ ଘୋଷଣା କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଉପଖଣ୍ଡ ଚିକିତ୍ସାଳୟର ଏସ୍.ଡି.ଏମ୍.ଓ., ହସ୍ପିଟାଲ୍ ମ୍ୟାନେଜର, କର୍ମଚାରୀ ସହଯୋଗ କରିଥିବାରୁ ସଂଘ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

