Type Here to Get Search Results !

ଗାର୍ଡ ୱାଲ ନିର୍ମାଣ ରେ ଅନିୟମିତତା ଅଭିଯୋଗ: ନିର୍ମାଣ କୁ ବିରୋଧ କଲେ ଗ୍ରାମବାସୀ



ଚମ୍ପୁଆ :-

 ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ପଞ୍ଚାୟତ ର ପ୍ରତାପପୋଷି ଗ୍ରାମରେ ଏକ ବନ୍ଧ ର ଗାର୍ଡ ୱାଲ ନିର୍ମାଣ କୁ ବିରୋଧ କରିଛନ୍ତି ଗ୍ରାମବାସୀ। ସୂଚନା ଯୋଗ୍ୟ କି ରିମୁଳି ପଞ୍ଚାୟତ ର ୨୦୧୯- ୨୦୨୦ ଆକ୍ସନ ପ୍ଲାନ ଅନୁସାରେ ପ୍ରତାପପୋଷି ଗ୍ରାମର ତଳ ବନ୍ଧ ରାସ୍ତା କଡ ରେ ଏକ ଗାର୍ଡ ୱାଲ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଆଜକୁ ୬ ମାସ ପୂର୍ବେ ସେହି ଗାର୍ଡ ୱାଲ୍ କୁ ତଳ ବନ୍ଧ ରାସ୍ତା କଡ଼ରେ ନିର୍ମାଣ ନ କରାଯାଇ ଉପର ବନ୍ଧ ଠାରେ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ନିର୍ମାଣ କରାଯାଉଥିବା ବେଳେ ଗ୍ରାମବାସୀ ମାନେ ଆକ୍ସନ ପ୍ଲାନ ଅନୁସାରେ ଏହା ତଳ ବନ୍ଧ ରାସ୍ତା ପାଖରେ ନିର୍ମାଣ କରିବାକୁ ଅଡି ବସିବା ସହିତ ନିର୍ମାଣ ସ୍ଥାନ କୁ ନେଇ ବିରୋଧ କରିବାରୁ ସେହି କାମ ଅସମ୍ପୂର୍ଣ୍ଣ ହୋଇ ରହିଥିଲା। କିନ୍ତୁ ଆଜି ହଠାତ ରିମୁଳି ପଞ୍ଚାୟତ କର୍ତ୍ତୃପକ୍ଷ ସେହି ଅସମ୍ପୂର୍ଣ୍ଣ କାର୍ଯ୍ୟ ସ୍ଥାନରେ ଏକ ନୂତନ ସୂଚନା ଫଳକ ଲଗାଇ ସେଥିରେ ସଂଯୁକ୍ତ ଆକ୍ସନ ପ୍ଲାନ ୨୦୧୯-୨୦ , ଅଟକଳ ମୂଲ୍ୟ ୨ ଲକ୍ଷ ବୋଲି ଲେଖି ସେହି ଅସମ୍ପୂର୍ଣ୍ଣ କାମ କୁ ସମ୍ପୂର୍ଣ୍ଣ କରିବା ପାଇଁ କାମ ଆରମ୍ଭ କରିଦେଇଥିଲେ। ଏହା ଦେଖି ପ୍ରତାପପୋଷି ଗ୍ରାମ ବାସୀ ଏହି କାମ ର ବିରୋଧ କରିବା ରୁ ପଞ୍ଚାୟତ କର୍ତୃପକ୍ଷ ଏହା ଉପର ବନ୍ଧ ଗାର୍ଡ ୱାଲ୍ ପାଇଁ ଏକ ନୂତନ କାମ ହେଉଛି ବୋଲି ସଫେଇ ଦେଇଥିଲେ। ଯଦି ଏହା ଏକ ନୂତନ କାମ ଏବଂ ସେଥିପାଇଁ ପୁଣି ୨ ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଛି ତେବେ ସେହି ଅଧା ନିର୍ମାଣ ହୋଇଥିବା ପୁରୁଣା କାମ ଉପରେ ଏହା କାହିଁକି ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ କରି ଗ୍ରାମବାସୀ ମାନେ ଏହି କାମ ର ବିରୋଧ କରିଥିଲେ। ଗ୍ରାମବାସୀ ମାନଙ୍କ ବିରୋଧ ପରେ ସେହି କାମ ଏବେ ସ୍ଥଗିତ ଅଛି ତେବେ ଏଠାରେ ପ୍ରଶ୍ନ ଉଠୁଛି ରିମୁଳି ପଞ୍ଚାୟତ କର୍ତୃପକ୍ଷ ଗୋଟିଏ କାମ କରି ତାହାକୁ ଅଲଗା ଅଲଗା ଦୁଇଟି କାମ ହୋଇଛି ବୋଲି ଦର୍ଶାଇବାକୁ କାହିଁକି ଲାଗି ପଡିଛନ୍ତି। ଏ ନେଇ ପ୍ରତାପପୋଷି ଗ୍ରାମରେ ଅସନ୍ତୋଷ ଲାଗି ରହିଥିବା ବେଳେ ଗ୍ରାମବାସୀ ମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.