Type Here to Get Search Results !

ଫେରିବାଲାଙ୍କ ଠାରୁ ଟଙ୍କା ଲୁଟି ନେଇ ଥିବା ଦୁଇ ଜଣ ଗିରଫ

 

ଲଖନପୁର :-

ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଗତ କୁଡାଲୋଇ ପଂଚାୟତ ବିଛୁଆପଡ଼ା କୁ ଫେରିବାଲା ସାମଗ୍ରୀ ବିକ୍ରି କରି ଆସିଥିବା ଜଣେ ଫେରିବାଲା କୁ ଆକ୍ରମଣ କରି ଲୁଟି ନେଇ ଥିବା 2ଜଣ ବ୍ୟକ୍ତି 16000ଟଙ୍କା ନେଇ ଫେରାର ହୋଇ ଯାଇ ଥିଲେ। ଅଭୟ ଏବଂ ଦେବ କୁ ସେମାନଙ୍କ ଘରୁ ଗିରଫ କରି ବୁଧବାର ଦିନ ଝାରସୁଗୁଡା ଏସ ଡିଜେଏମ କୋର୍ଟ କୁ ଚାଲାଣ କରାଯାଇଛି। ସେହି ଦୁହି ଜଣ ଙ୍କ ପାଖରୁ ମୋଟର ସାଏକିଲ, ମୋବାଇଲ ଫୋନ, ଛୁରୀ ଇତ୍ୟାଦି ଜବତ କରାଯାଇଛି ବୋଲି ଲଖନପୁର ଆଇଆଇସି ଇଗ୍ନେସ ବାର୍ଲା ସୂଚନା ଦେଇଛନ୍ତି।  ସେହି ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ବ୍ରଜରାଜନଗର ମୁଣ୍ଡା ପଡ଼ାର ଦେବ ମୁଣ୍ଡା ଏବଂ ଓରିଏଣ୍ଟ ଥାନା କଳିଙ୍ଗନଗର ଘସିଆ ପଡ଼ାର ଅଭୟ ରଣା, ବେଲପାହାଡ ମିର୍ଧାଡେରାର ମହମ୍ମଦ ତାହିର ଗାଁ ବୁଲି ବୁଲି ଫେରି କାମ କରି ରୋଜଗାର କରିଥାଏ। ଗତ 17 ତାରିଖରେ ତାହିରକୁ ଆକ୍ରମଣ କରି ପଇସା ପତ୍ର ଲୁଟି ନେଇ ଫେରାର ହୋଇଯାଇ ଥିଲେ, ତା ପରେ ଲଖନପୁର ଥାନାରେ କେଶ ରୁଜୁ ହେଲା ପରେ ପୋଲିସ ସେହି ଦୁଇ ଜଣ ଅପରାଧୀ ଙ୍କୁ ଖୋଜା ଖୁଜି ଆରମ୍ଭ କରିଥିଲା। ଏହି ଦୁଇ ଲୁଟେରା ଙ୍କ ନାମରେ ଝାରସୁଗୁଡା ଜିଲ୍ଲାରେ ଅନେକ ମାମଲା ରହିଛି ବୋଲି ଲଖନପୁର ଆଇଆଇସି ଇଗ୍ନେସ ବାର୍ଲା କହିଛନ୍ତି। ଝାରସୁଗୁଡା ଲଖନପୁର ରୂ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.