ନୂଆଦିଲ୍ଲୀ :-
ଭାରତ ର ଦ୍ଵିତୀୟ ମହିଳା ତଥା ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦୀ ଜସୱନ୍ତ ସିହ୍ନା ଙ୍କୁ ପାଖାପାଖି ୫୦% ରୁ ଅଧିକ ଭୋଟ ବ୍ୟବଧାନ ରେ ଶ୍ରୀମତୀ ମୁର୍ମୁ ପରାସ୍ତ କରିଥିବା ବେଳେ ଏନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶା ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ପଲ୍ଲୀ ରୁ ଆଜି ଦିଲ୍ଲୀ ର ଯାତ୍ରା ରେ ଶ୍ରୀମତୀ ମୁର୍ମୁ ବହୁ ବାଧାବିଘ୍ନ ଦେଇ ଅତିକ୍ରମ କରିଛନ୍ତ । ଜଣେ ଆଦିବାସୀ ମହିଳା ପ୍ରାର୍ଥୀଙ୍କୁ ଏହି ନିର୍ବାଚନ ପୂର୍ବରୁ ବହୁ ଆକ୍ଷେପ ମଧ୍ୟ ମିଳିଥିଲା ବିରୋଧୀଙ୍କ ଦ୍ଵାରା। ତେବେ ସେ ବିଜୟୀ ପଥର ପଥିକ ସାଜି ଚାଲିଥିଲେ ଓ ଆଜି ବିପୁଳ ପରିମାଣର ଭୋଟ ରେ ବିଜୟୀ ହୋଇ ପାରିଛନ୍ତି। ଏନେଇ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ବ୍ୟୁରୋ ରିପୋର୍ଟ

